Categories: ଜାତୀୟ

୨୬ ଦଳ ଏକାଠି ହେବା ପରେ ଭାଜପାର ମନେ ପଡ଼ିଲା ଏନଡିଏ: ସଞ୍ଜୟ ରାଉତ…

ମୁମ୍ବାଇ,୧୯।୭ : ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ବୁଧବାର ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ୨୬ ଟି ବିରୋଧୀ ଦଳ ଏକାଠି ହୋଇ ଭଇଣ୍ଡିଆନ ନ୍ୟାଶନାଲ ଡେମୋକ୍ରାଟିକ ଇନକ୍ଲୁସିଭ ଆଲାଏନ୍ସ(ଇଣ୍ଡିଆ) ଗଠନ କରିବା ପରେ ଏବେ ଶାସକ ଦଳ ଭାଜପାର ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) କଥା ମନେ ପଡିଛି।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ୨୦୨୪ ଲୋକସଭା ନିର୍ବାଚନରେ ଭାଜପାର ମୁକାବିଲା କରିବା ପାଇଁ ଇଣ୍ଡିଆର ପରବର୍ତ୍ତୀ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଇଣ୍ଡିଆ ଦେଶରେ ଏକଛତ୍ରବାଦୀ ଶାସନକୁ ପରାସ୍ତ କରିବ।

ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ଇଣ୍ଡିଆ ନିଷ୍ପତ୍ତି ନେବ। ଦେଶରୁ ଭାଜପାର ଶାସନ ଲୋପ ହେବାର ସମୟ ପାଖେଇ ଆସିଲା ବୋଲି ସେ କହିଛନ୍ତି।

Share