ଦୀର୍ଘ ୨୭ ବର୍ଷ ପରେ ଭାରତରେ ହେବ ବିଶ୍ୱସୁନ୍ଦରୀ ପ୍ରତିଯୋଗିତା

ମୁମ୍ବାଇ: ଦୀର୍ଘ ୨୭ ବର୍ଷ ପରେ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱସୁନ୍ଦରୀ ପ୍ରତିଯୋଗିତା। ୧୯୯୬ରେ ଏହି ପ୍ରତିଯୋଗିତା ଭାରତରେ ଶେଷଥର ପାଇଁ ଆୟୋଜିତ ହୋଇଥିଲା। ଚଳିତ ବର୍ଷର ୭୧ତମ ବିଶ୍ବସୁନ୍ଦରୀ ପ୍ରତିଯୋଗିତା ଭାରତରେ ହେବା ନେଇ ଆୟୋଜକ ବିଶ୍ୱସୁନ୍ଦରୀ ସଂଘର ସିଇଓ ଜୁଲିଆ ମୋର୍ଲେ ଘୋଷଣା କରିଛନ୍ତି।

ଯଦିଓ ପ୍ରତିଯୋଗିତାର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନାହିଁ ତେବେ ଏକମାସରୁ ଅଧିକ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ଶେଷ ଆଡ଼କୁ ଆୟୋଜିତ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏଥିରେ ପ୍ରାୟ ୧୩୦ରୁ ଅଧିକ ଦେଶର ସୁନ୍ଦରୀମାନେ ସାମିଲ ହୋଇ ବିଭିନ୍ନ ପ୍ରତିଯୋଗିତାରେ ସେମାନଙ୍କର ଅନନ୍ୟ ପ୍ରତିଭା ପ୍ରଦର୍ଶନ କରିବେ।

ସୂଚନାଯୋଗ୍ୟ, ୧୯୬୬ରେ ଭାରତର ପ୍ରଥମ ବିଶ୍ବସୁନ୍ଦରୀ ମୁକୁଟ ପିନ୍ଧିଥିଲେ ରିତା ଫରିଆ। ସେହିପରି ୧୯୯୪ରେ ଐଶ୍ବର୍ଯ୍ୟା ରାୟ ବିଶ୍ୱସୁନ୍ଦରୀ ହୋଇଥିଲେ। ୧୯୯୭ରେ ଡାଏନା ହେଡେନ, ୧୯୯୯ରେ ଯୁକ୍ତା ମୁଖୀ ୨୦୦୦ରେ ପ୍ରିୟଙ୍କା ଚୋପ୍ରା ଏବଂ ଓ ୨୦୧୭ରେ ମାନୁଷୀ ଛିଲାର। ୨୦୨୨ରେ ସିନି ସେଟ୍ଟି ବିଶ୍ୱସୁନ୍ଦରୀ ମୁକୁଟ ପିନ୍ଧିଥିଲେ।

Share