ମହାକାଶରେ ୨୭୬ ଦିନ ରହିବା ପରେ ପୃଥିବୀକୁ ଫେରିଲା ଚାଇନାର ରହସ୍ୟମୟ ଯାନ…

ବେଜିଂ,୯।୫ : ପୃଥିବୀର କକ୍ଷପଥରେ ୨୭୬ ରହିବା ପରେ ଚାଇନାର ଏକ ରହସ୍ୟମୟ ମହାକାଶଯାନ ପୃଥିବୀକୁ ସୋମବାର ଫେରିଛି। ଚାଇନା ସରକାରୀ ଗଣମାଧ୍ୟମ ଏହାକୁ ଏକ ଐତିହାସିକ ମିଶନ ବୋଲି ବର୍ଣ୍ଣନା କରିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଦେଶ ପୁନଃବ୍ୟବହାର ଯୋଗ୍ୟ ସ୍ପେସ ଟେକ୍ନୋଲୋଜି ପରୀକ୍ଷା କରିଛି।

ନିର୍ଦ୍ଧାରିତ ସମୟ ଅନୁସାରେ ଉତ୍ତର ପଶ୍ଚିମ ଚାଇନାର ଜିଓକାନ ଉତକ୍ଷେପଣ ସେଣ୍ଟରକୁ ଏହା ବିନା ଚାଳକ ଦଳରେ ଫେରିଛି। ମିଡିଆ ରିପୋର୍ଟରେ ମହାକାଶଯାନ ବିଷୟରେ ଅନ୍ୟ କୌଣସ ସୂଚନା ଅଂଶୀଦାର କରାଯାଇ ନାହିଁ । କେଉଁ ଟେକ୍ନୋଲୋଜିଗୁଡିକ ପରୀକ୍ଷା କରାଯାଇଥିଲା ତାହା ରିପୋର୍ଟରେ ଉଲ୍ଲେଖ ନାହିଁ । ଅଗଷ୍ଟ ୨୦୨୨ ଆରମ୍ଭରେ ଏହା କେତେ ଉଚ୍ଚରେ ପହଞ୍ଚିଥିଲା ତାହାର ଚିତ୍ର ମଧ୍ୟ ପ୍ରକାଶ ପାଇନାହିଁ।

Share