୩ ସପ୍ତାହ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଲେ ପ୍ରଚଣ୍ଡ: କ୍ୟାବିନେଟରେ ୧୫ ସାମିଲ…

କାଠମାଣ୍ଡୁ,୧୭।୧ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ କାର୍ଯ୍ୟଭାର ଗ୍ରହଣ କରିବାର ପ୍ରାୟ ତିନି ସପ୍ତାହ ପରେ ମଙ୍ଗଳବାର ଦିନ କ୍ୟାବିନେଟକୁ ସମ୍ପ୍ରସାରଣ କରିଛନ୍ତି। ମେଣ୍ଟ ଚୁକ୍ତିନାମାକୁ ଚୂଡ଼ାନ୍ତ କରି ପ୍ରଥମ ସମ୍ପ୍ରସାରଣରେ ମୋଟ ୧୫ ଜଣ ମନ୍ତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ସେଥିମଧ୍ୟରୁ ୧୨ ଜଣ ମନ୍ତ୍ରୀ ଏବଂ ତିନିଜଣ ରାଜ୍ୟ ମନ୍ତ୍ରୀ ଅଛନ୍ତି।

ଗତ ବର୍ଷ ଡିସେମ୍ବର ୨୫ ରେ ତୃତୀୟ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ୬୮ ବର୍ଷିୟ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

Share