୩ ବର୍ଷ ପରେ ପୁଣି ୧୫ ଦିନିଆ ଭିଜା ମୁକ୍ତ ପ୍ରବେଶ ଆରମ୍ଭ କରିବ ଚାଇନା…

ବେଜିଂ,୨୪।୭ : ଚାଇନା ପୁଣି ୧୫ ଦିନିଆ ଭିଜା ମୁକ୍ତ ପ୍ରବେଶ ଆରମ୍ଭ କରିବାକୁ ଯାଉଛି। ବୁଧବାର ଠାରୁ ସିଙ୍ଗାପୁର ଏବଂ ବ୍ରୁନେଇର ନାଗରିକଙ୍କ ପାଇଁ ଚାଇନା ୧୫ ଦିନିଆ ଭିଜା ମୁକ୍ତ ପ୍ରବେଶ ଆରମ୍ଭ କରିବ। ଉଭୟ ଦେଶର ନାଗରିକମାନେ ଜୁଲାଇ ୨୬ ରୁ ୧୫ ଦିନ ବିନା ପାଇଁ ଭିଜା ବିନା ଚାଇନାରେ ପ୍ରବେଶ କରିପାରିବେ । କରୋନା ମହାମାରୀ ଯୋଗୁ ଚାଇନା ଏହି ସୁବିଧା ଉପରେ ପ୍ରତିବନ୍ଧକ ଲଗାଇଥିଲା।

ତଥାପି, ପୁଣି ଥରେ ଏହି ସୁବିଧା ତିନି ବର୍ଷରୁ ଅଧିକ ସମୟ ପରେ ଆରମ୍ଭ ହେବ। ଚାଇନାକୁ ଭିଜା ମୁକ୍ତ ପ୍ରବେଶ ସିଙ୍ଗାପୁର ଏବଂ ବ୍ରୁନେଇର ନାଗରିକଙ୍କ ପାଇଁ ସାଧାରଣ ପାସପୋର୍ଟ ଧରି ବ୍ୟବସାୟ, ଦର୍ଶନୀୟ ସ୍ଥାନ, ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ ଭ୍ରମଣ ଏବଂ ଗମନାଗମନ ପାଇଁ ଉପଲବ୍ଧ ହେବ ବୋଲି ଦୂତାବାସ ନିଜ ୱେବସାଇଟରେ ଏକ ବିଜ୍ଞପ୍ତିରେ କହିଛି।

ସିଙ୍ଗାପୁରର ସ୍ଥାନୀୟ ଚ୍ୟାନେଲ ସିଏନଏ ଅନୁଯାୟୀ, ଚାଇନାର ଏହି ପଦକ୍ଷେପକୁ ସିଙ୍ଗାପୁରର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସ୍ବାଗତ କରିଛି।

Share