୩ ବର୍ଷ ପରେ ମରିୟମ୍‌, ନଓ୍ବାଜ୍‌ ଭେଟ

ଲଣ୍ଡନ, ୮ା୧୦: ପାକିସ୍ତାନ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ଶରିଫ୍‌ଙ୍କୁ ଲଣ୍ଡନରେ ତାଙ୍କ ଝିଅ ମରିୟମ୍‌ ନଓ୍ବାଜ୍‌ ଭେଟିଛନ୍ତି। ଏକ କୋର୍ଟ ଅର୍ଡର୍‌ ଅନୁସାରେ ପାକିସ୍ତାନ କର୍ତ୍ତୃପକ୍ଷ ୩ ବର୍ଷ ପରେ ମରିୟମ୍‌ଙ୍କୁ ପାସ୍‌ପୋର୍ଟ ଫେରାଇବା ପରେ ପିଏମ୍‌ଏଲ୍‌-ଏନ୍‌ ଉପାଧ୍ୟକ୍ଷା ଗୁରୁବାର ଲଣ୍ଡନରେ ପହଞ୍ଚିଥିଲେ। ପ୍ରକାଶ ଯେ, ୨୦୧୯ରେ ଚୌଧରୀ ସୁଗାର ମିଲ୍ସ୍‌ ମାମଲାରେ ଜାମିନ ପାଇବା ଲାଗି ପାସ୍‌ପୋର୍ଟ ଜମା ଦେବାକୁ ଲାହୋର ହାଇକୋର୍ଟ ମରିୟମ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମରିୟମ୍‌ ନଭେମ୍ବର ୬ରେ ପାକିସ୍ତାନ ଫେରିବେ।

Share