ସ୍ବାମୀଙ୍କ ଖୁସି ପାଇଁ ସ୍ତ୍ରୀ ୩ ବର୍ଷର ବିବାହକୁ ଭାଙ୍ଗିବା ସହ ପ୍ରେମିକାଙ୍କ ସହ ବିବାହ କରାଇବାରେ ସାହାଯ୍ୟ କରିଛନ୍ତି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସ୍ବାମୀସ୍ତ୍ରୀ ସମ୍ପର୍କର ଏଭଳି ଏକ ଚକିତ କଲା ଭଳି ଘଟଣା ନଜରକୁ ଆସିଛି। ଅପରପକ୍ଷେ ଉକ୍ତ ବ୍ୟକ୍ତିଜଣଙ୍କ ସ୍ତ୍ରୀ ଏବଂ ପ୍ରେମିକାଙ୍କ ସହ ସମ୍ପର୍କରେ ରହିବାକୁ ଚାହୁଁଥିଲେ। ହେଲେ ଭାରତୀୟ ଆଇନ ଅନୁଯାୟୀ ଏହା ସମ୍ଭବ ନ ଥିଲା। ଶେଷରେ ସ୍ତ୍ରୀ(ମହିଳା)ଜଣଙ୍କ ବିବାହ ଭାଙ୍ଗିବାର ନିଷ୍ପତ୍ତି ନେଇଥିଲେ।
ମହିଳାଙ୍କ ଓକିଲ କୁହନ୍ତି, ସ୍ବାମୀ ଉଭୟ ମହିଳାଙ୍କ ସହ ସମ୍ପର୍କରେ ରହିବାକୁ ଚାହୁଁଥିଲେ, ଯାହା ଆଇନ ଅନୁଯାୟୀ ସମ୍ଭବ ନ ଥିଲା। ତାଙ୍କ ସ୍ତ୍ରୀ ବହୁତ ବୁଦ୍ଧିମାନ ଥିଲେ। ସେ ସ୍ବାମୀଙ୍କୁ ସାହାଯ୍ୟ କରିବାକୁ ଯାଇ ତାଙ୍କୁ ଛାଡ଼ପତ୍ର ଦେଇଥିଲେ ଏବଂ ପ୍ରେମିକାଙ୍କ ସହ ବିବାହ କରିବାରେ ସାହାଯ୍ୟ କରିଥିଲେ।
ଓକିଲ ଆହୁରି ମଧ୍ୟ କହିଛନ୍ତି, ବିବାହ ପରେ ମହିଳାଙ୍କ ସ୍ବାମୀଙ୍କ ମନ ପ୍ରେମିକାଙ୍କ ପାଖରେ ଥିଲା। ଏହାକୁ ନେଇ ବ୍ୟକ୍ତିଜଣଙ୍କ ଦୁଃଖରେ ରହୁଥିବାରୁ ମହିଳା ତାହା ଚାହୁଁ ନ ଥିଲେ। ଫଳରେ ସେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଦେଇଥିଲେ। ସ୍ବାମୀ ଖୁସିରେ ଘର ସଂସାର କରନ୍ତୁ ବୋଲି ସେ ଚାହୁଁ ଥିବା ମଧ୍ୟ କହିଥିଲେ।
ଏହି ଘଟଣା ଜଣାପଡ଼ିବା ପରେ ଲୋକମାନେ ମହିଳାଙ୍କ ପ୍ରଶଂସା କରୁଥିବା ବେଳେ ଏଭଳି ଘଟଣା ବାସ୍ତବରେ ବିରଳ ବୋଲି କହୁଛନ୍ତି।
Bhopal: After 3 years of marriage, wife helps husband get married to his girlfriend.
“He wanted to be in marital relationship with both which isn’t legally possible. But the wife is very mature, she divorced him & helped him marry his girlfriend,” says lawyer.#MadhyaPradesh pic.twitter.com/hT5SKouMip
— ANI (@ANI) November 7, 2020