ଛତ୍ରପୁର,୧୭।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ହେଡ୍କ୍ୱାର୍ଟର ଛତ୍ରପୁରର ନୂଆ ବସ୍ଷ୍ଟାଣ୍ଡରୁ ଶନିବାର ବସ୍ଗୁଡ଼ିକ ୩ ବର୍ଷ ପରେ ଯାତାୟାତ ଆରମ୍ଭ କରିଛି। ୬.୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ବସ୍ଷ୍ଟାଣ୍ଡରୁ ବସ ଯାତାୟାତ କରୁ ନ ଥିଲା। ଫଳରେ ନବନିର୍ମିତ ବସ୍ଷ୍ଟାଣ୍ଡଟି ଖାଲି ପଡ଼ିଥିଲା। ଅନ୍ସ୍ଲୋ ହାଇସ୍କୁଲ, କଲେଜ ଛକ ମୁଖ୍ୟ ରାସ୍ତା ଉପରେ ଯାତ୍ରୀମାନଙ୍କୁ ବସ୍ଗୁଡିକକୁ ଉଠଯାଉଥିଲା। ବାରମ୍ବାର ପ୍ରଶାସନ ଆଲୋଚନା ପରେ ବି ବସ ସଙ୍ଘ ବସଷ୍ଟାଣ୍ଡକୁ ବସ ନେଉ ନ ଥିଲେ। ମଝିରେ କିଛି ଦିନ କେବଳ ସିଟି ବସ ସେଠାକୁ ଯାଉଥିଲେହେଁ ପରବିର୍ତ୍ତୀ ସମୟରେ ତାହା ବି ବନ୍ଦ ରହିଥିଲା।