Categories: ଜାତୀୟ

୩୦ ମାସ ପରେ ମାତ୍ର ୨ ଦିନ ପାଇଁ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବେ ଶୀର୍ଷକୋର୍ଟ…

ନୂଆଦିଲ୍ଲୀ, ୯।୫ : ସୋମବାର ସୁପ୍ରିମକୋର୍ଟର ବିଚାରପତି ଭାବେ ଜଷ୍ଟିସ ସୁଦର୍ଶନ ଧୁଲିଆ ଏବଂ ଜଷ୍ଟିସ ଜାମସେଦ ବି ପାରଦୀୱାଲା ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଏନ୍‌.ଭି. ରମନା ସେମାନେଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଦୁଇଜଣ ନୂତନ ବିଚାରପତି ଶପଥ ଗ୍ରହଣ କରିବା ସହିତ ସୁପ୍ରିମକୋର୍ଟ ୩୦ ମାସ ପରେ ବର୍ତ୍ତମାନ ୩୪ ଟି ଅନୁମୋଦିତ ପଦବୀ ସହିତ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବେ।

ତେବେ ଏହା ମାତ୍ର ୨ ଦିନ ପାଇଁ ଜାରି ରହିବ। ଜଷ୍ଟିସ ଭିନିତ ଶରଣ ମେ ୧୦ ରେ ଅବସର ନେଇଥିବାରୁ ପୁଣି ଶୀର୍ଷକୋର୍ଟଙ୍କ ବିତାରପତିଙ୍କ କ୍ଷମତା ହ୍ରାସ ପାଇ ୩୩ରେ ପହଞ୍ଚିବ।

ସୂଚନାଯୋଗ୍ୟ, ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ମେ ୪ ରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ନିଯୁକ୍ତି ପାଇଁ ଜଷ୍ଟିସ ଧୁଲିଆ ଏବଂ ପାରଦୀୱାଲାଙ୍କ ନାମକୁ କେନ୍ଦ୍ରକୁ ସୁପାରିଶ କରିଥିଲେ।

Share