Categories: ଜାତୀୟ

୩୦ ବର୍ଷ ପରେ ଲାଲ ଚୌକରେ ଉଡ଼ିଲା ତ୍ରୀରଙ୍ଗା

ଶ୍ରୀନଗର,୨୬।୧: ଲାଲ ଚୌକରେ ଥିବା ଐତିହାସିକ କ୍ଲକ୍‌ ଟାଓ୍ବାରରେ ୩୦ ବର୍ଷ ପରେ ବୁଧବାର ଉଡ଼ିଛି ତୀରଙ୍ଗା। ଭେଟେରାନ ଭାଜପା ନେତା ମୁରଲି ମନୋହର ଯୋଶି ପତକା ଉତ୍ତୋଳନ କରିଥିଲେ।

ସାମାଜିକ କର୍ମୀ ସାଜିଦ ୟୁସୁଫ ଶାହା ଓ ସାହିଲ ବାଶିର ଭଟ କିଛି ସମର୍ଥକଙ୍କ ସହ ମିଶି ବୁଧବାର କ୍ଲାକ୍‌ ଟାଓ୍ବାର(ଘଣ୍ଟା ଘର)ରେ ପତକା ଉତ୍ତୋଳନ ଉତ୍ସବ ଆୟୋଜନ କରିଥିଲେ। ଘଣ୍ଟା ଘର ଉପରେ ଜାତୀୟ ପତକା ଲଗାଇବା ପାଇଁ ସେମାନେ ହାଇଡ୍ରୋଲିକ୍‌ କ୍ରେନ ବ୍ୟବହାର କରିଥିଲେ।

ଅନ୍ତିମ ଥର ୧୯୯୨ରେ ଲାଲ ଚୌକରେ ଜାତୀୟ ପତକା ଉତ୍ତୋଳନ କରାଯାଇଥିଲା। ସେତେବେଳେ ଉପତ୍ୟାକାରେ ଶୀର୍ଷରେ ଥିଲେ ଆତଙ୍କବାଦୀ କାର୍ଯ୍ୟକଳାପ।

Share