Categories: ଜାତୀୟ

୩୨ ଜଣଙ୍କ ମୃତ୍ୟୁ ପରେ ହଟିପାରେ ମଦ ଉପରୁ କଟକଣା

ପାଟଣା,୧୫।୧୧: ମଦ ବ୍ୟାନ ହେବା ପରଠାରୁ ବିହାରରେ ଅପରାଧ ହାର କମିଛି। ଏଥିଯୋଗୁ ମୁଁ ଏବେ ବି ମଦ ବିରୋଧରେ ଅଛି ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଚଳିତ ମାସରେ ମୁଜାଫରନଗରରେ ବିଷାକ୍ତ ମଦ ଘଟଣାରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଯୋଗୁ ରାଜ୍ୟରେ ମଦ ଉପରେ ଲାଗିଥିବା କଟକଣା ବଳବତ୍ତର ରହିବ ନା ନାହିଁ, ଏହାର ଆଲୋଚନା ଲାଗି ୧୬ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି।

ମଦ ଉପରେ କଟକଣା ନିଷ୍ପତ୍ତିକୁ କିଛି ଲୋକ ବିରୋଧ କରୁଛନ୍ତି। କିନ୍ତୁ ମୁଁ ଏହାକୁ ଗୁରୁତର ସହ ନେଉଛି। ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି, ସେମାନଙ୍କୁ ଏହି ନିଷ୍ପତ୍ତି ଖରାପ ଲାଗିବ। ସେମାନେ ଏହା ଉପରେ ବ୍ୟକ୍ତିଗତ ମତ ରଖିପାରନ୍ତି। କିନ୍ତୁ ସରକାର ଜନସାଧାରଣଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦେଉଛି। ମଦ ଉପରେ କଟକଣା ଲଗାଇବା ପରଠୁ ରାଜ୍ୟରେ ଅପରାଧ ହାରରେ ବୃଦ୍ଧି ଆସିନାହିଁ। ଏଣୁ ମୁଁ ମଦ ବିରୋଧରେ ଏବେ ବି ଅଛି ବୋଲି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋମବାର ଗଣମାଧ୍ୟମକୁ କହିଛନ୍ତି।

 

Share