୩୫ ଦିନ ପରେ ବିଏଲଏଫ୍‌ ପ୍ରକୋଷ୍ଠରୁ ଖୋଲିଲା ତାଲା

ଡେରାବିଶ,୯।୭(ବେବର୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକ ମିଶନଶକ୍ତି ବିଭାଗ ପକ୍ଷରୁ ଏମ୍‌ବିକେ, ସିଆର୍‌ପି ଓ ବ୍ୟାଙ୍କମିତ୍ର ପଦବୀ ପାଇଁ ଗତ ମାର୍ଚ୍ଚ ୧ରୁ ଆରମ୍ଭ ହୋଇଥିବା ଚୟନ ପ୍ରକ୍ରିୟାକୁ ନେଇ ଗତ ୪ ମାସ ହେବ ବିବାଦ ଲାଗି ରହିଛି ା ଉକ୍ତ ବିବାଦ ଯୋଗୁ ୩୫ଦିନ ପରେ ବିଏଲ୍‌ଏଫ୍‌ ପ୍ରକୋଷ୍ଠରୁ ତାଲା ଖୋଲିବା ଓ ୧୮ ପଦବୀ ନିମନ୍ତେ ଆବଶ୍ୟକ ଡକ୍ୟୁମେଣ୍ଟ ପଠାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ା
ସୂଚନା ଅନୁଯାୟୀ, କମ୍ୟୁନିଟି ସିସୋର୍ସ ପର୍ସନ(ସିଆର୍‌ପି) ଯୋଗ୍ୟତା ପ୍ରମାଣପତ୍ରକୁ ନେଇ ବ୍ଲକ୍‌ ଲେବଲ ଫେଡେରେଶନ(ବିଏଲ୍‌ଏଫ୍‌)ର ୨ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦୀର୍ଘଦିନ ଲାଗି ରହିବା ପରେ ଗତ ଜୁନ୍‌ ୩ରେ ୧୭୦ପଦ ମଧ୍ୟରୁ ୧୫୨ ଜଣଙ୍କ ଚୁଡ଼ାନ୍ତ ନାମ ତାଲିକା ପ୍ରକାଶିତ ହୋଇଥିଲା ା ତେବେ କେତେକ ତ୍ରୁଟି ଦର୍ଶାଯାଇ ଅବଶିଷ୍ଟ ୧୮ ପଦବୀ ପାଇଁ ଥିବା ପ୍ରାର୍ଥୀଙ୍କ ଚୁଡ଼ାନ୍ତ ତାଲିକା ନିମନ୍ତେ ବିଏଲଏଫ୍‌ କେବଳ ସେମାନଙ୍କ ମାର୍କ ବିଡ଼ିଓଙ୍କ ମାଧ୍ୟମରେ ଜିଲାପାଳଙ୍କ ବିଚାର ପାଇଁ ପଠାଇଥିଲେ ା ଏହି ତାଲିକାରେ ଡକ୍ୟୁମେଣ୍ଟ ଦିଆଯାଇ ନ ଥିବାରୁ ପ୍ରାର୍ଥୀ ତାଲିକାକୁ ଚୁଡ଼ାନ୍ତ କରିବା ନେଇ ବିଳମ୍ବ ଘଟିଥିଲା ା ତେବେ ଏଥିରେ ବିରକ୍ତି ପ୍ରକାଶ କରି ଜିଲାପରିଷଦ ଉନ୍ନୟନ ଅଧିକାରୀ ବିଡ଼ିଓଙ୍କୁ ଜୁନ୍‌ ୨୭ ସୁଦ୍ଧା ସମସ୍ତ ପ୍ରାର୍ଥୀଙ୍କ ଆବେଦନ ଫର୍ମ ସହ ସଂଲଗ୍ନ ଡକୁମେଣ୍ଟ ପଠାଇବାକୁ ବିଡ଼ିଓଙ୍କୁ ଜୁନ୍‌ ୨୬ରେ ଏକ ଚିଠି ମଧ୍ୟ କରିଥିଲେ ା ଚିଠି ପାଇବା ପରେ ସେହିଦିନ ବିଡ଼ିଓ ବିଏଲଏଫ୍‌ ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ଡକ୍ୟୁମେଣ୍ଟ ପଠାଇବା ପାଇଁ ଚିଠି କରିଥଲେ ା ମାତ୍ର ଗତ ଜୁନ୍‌ ୩ରୁ ମିଶନଶକ୍ତି ବିଭାଗରେ ଥିବା ବିଏଲ୍‌ଏଫ୍‌ ପ୍ରକୋଷ୍ଠକୁ ତାଲା ପକାଇ ବିଏଲ୍‌ଏଫ୍‌ର ସଭାନେତ୍ରୀ ଚାବି ନିଜ ପାଖରେ ରଖିଥିବାରୁ ଡକ୍ୟୁମେଣ୍ଟ ପଠାଇବା ସମ୍ଭବ ହୋଇପାରି ନ ଥିଲା ା ତେବେ ୧୮ ପଦବୀ ପାଇଁ ଚୁଡ଼ାନ୍ତ ହୋଇପାରୁ ନ ଥିବା ପ୍ରାର୍ଥୀଙ୍କ ନାମ ତାଲିକା ଅନିଶ୍ଚିତତା ମଧ୍ୟକୁ ଚାଲିଯିବାରୁ ଗତ ଜୁଲାଇ ୪ରେ ବ୍ଲକ୍‌ ଅଧୀନ ୨୬ ପଞ୍ଚାୟତ ମଧ୍ୟରୁ ୨୨ ପଞ୍ଚାୟତର ଗ୍ରାମପଞ୍ଚାୟତ ଲେବଲ ଫେଡେରେଶନ( ଜିପିଏଲଏଫ୍‌)ର କର୍ମକର୍ତ୍ତା ଏ ବିଷୟରେ ବିଡ଼ିଓଙ୍କୁ ସାକ୍ଷାତ କରି ବିଏଲଏଫ୍‌ ପ୍ରକୋଷ୍ଠରେ ତାଲା ପଡ଼ିବା ଓ ଡକ୍ୟୁମେଣ୍ଟ ପଠାଇବାରେ ବିଳମ୍ବତାକୁ ନେଇ ପଚାରିଥିଲେ ା ତେବେ ବିଡ଼ିଓ ଦାଶରଥି ଜେନା ଏହା ମିଶନଶକ୍ତି ବ୍ଲକ୍‌ ପ୍ରେଗ୍ରାମ କୋର୍ଡିନେଟର(ବିପିସି)ଙ୍କ କାର୍ଯ୍ୟଧାରା ହୋଇଥିବାରୁ ଏ ବିଷୟରେ ସେ କିଛି କହିପାରିବେ ନାହିଁ ବୋଲି କହିଥଲେ ା ପରେ ଜିପିଏଲଏଫ୍‌ର ସମସ୍ତ କର୍ମକର୍ତ୍ତା ମିଶନଶକ୍ତି କାର୍ଯ୍ୟାଳୟକୁ ଯାଇ ବିପିସିଙ୍କୁ ଘେରାଉ କରିଥିଲେ ା ବିପିସି କୈଳାସ ଚନ୍ଦ୍ର ବାରିକ ଜୁଲାଇ ୬ ପୂର୍ବାହ୍ନ ଯାଏ ଏହାର ସମାଧାନ ପାଇଁ ସମୟ ନେଇଥିଲେ ା ତେବେ ଏ ସଂକ୍ରାନ୍ତରେ ଅନୁଷ୍ଠିତ ବୈଠକରେ ଜିପିଏଲଏଫ୍‌ର କର୍ମକର୍ତ୍ତା ଓ ବିଏଲଏଫ୍‌ର କର୍ମକର୍ତ୍ତାଙ୍କ ବୈଠକରେ ହୋଇଥିବା ଏକ ରିଜୋଲ୍ୟୁଶନ୍‌ରେ ବିପିସି ବାରିକ ଓ ବିଏଲଏଫ୍‌ ସମ୍ପାଦିକା ରିଜୋଲ୍ୟୁଶନ୍‌ରେ ସ୍ବାକ୍ଷର କରିଥିଲେ ା ତେବେ ୬ ତାରିଖ ପୂର୍ବାହ୍ନରେ ବିପିସି ବାରିକଙ୍କୁ ସମ୍ପୃକ୍ତ ଜିପିଏଲଏଫ୍‌ କର୍ମକର୍ତ୍ତା ଭେଟିବା ପରେ ବାରିକ ଏହାର କୌଣସି ଉତ୍ତର ଦେଇପାରି ନ ଥିଲେ ା ପରେ ବିଏଲଏଫ୍‌ ସଭାନେତ୍ରୀ ପ୍ରଣତୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରକୋଷ୍ଠରେ ତାଲା ଓ ଡକ୍ୟୁମେଣ୍ଟ ପଠାଇବାରେ ବିଳମ୍ବ ନେଇ ପ୍ରକୋଷ୍ଠର ଚାବି ରଖିଥିବା ପ୍ରଣତୀଙ୍କୁ ଦାୟୀ କରାଯାଇଥିଲା ା ଏଥିରେ ପ୍ରଣତୀ ଉତ୍‌କ୍ଷିପ୍ତ ହୋଇ ପ୍ରକୋଷ୍ଠର ଚାବିକୁ ବିପିସିଙ୍କ ଟେବୁଲ୍‌ ଉପରକୁ ଫୋପାଡ଼ି ବୈଠକ ଛାଡ଼ି ପଳାଇଥିଲେ ା ପରେ ଉପସ୍ଥିତ ବିଏଲଏଫ୍‌ର କର୍ମକର୍ତ୍ତା ଓ ଜିପିଏଲଏଫ୍‌ର କର୍ମକର୍ତ୍ତା ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବିଏଲଏଫ୍‌ ପ୍ରକୋଷ୍ଠର ତାଲା ଖୋଲାଯିବ ଓ ସଭାନେତ୍ରୀ ପ୍ରଣତୀଙ୍କୁ ପଦରୁ ବହିଷ୍କାର ନେଇ ଏକ ରିଜୋଲ୍ୟୁଶନ୍‌ କରି ତାର କପି ଜିଲା ପରିଷଦ ଉନ୍ନୟନ ଅଧିକାରୀ, ଜିଲା ମିଶନଶକ୍ତି ଅଧିକାରୀ ଓ ବିଡ଼ିଓଙ୍କୁ ପ୍ରଦାନ କରିଥିଲେ ା ତେବେ ଶୁକ୍ରବାର ବିଏଲଫ୍‌ ପ୍ରକୋଷ୍ଠରେ ଥିବା ୧୮ଟି ପଦବୀ ନିମନ୍ତେ ଆବେଦନ କରିଥିବା ପ୍ରାର୍ଥୀଙ୍କ ଆବେଦନପତ୍ର ଓ ଅନ୍ୟ ଡକ୍ୟୁମେଣ୍ଟ ବିଡ଼ିଓ ଜିଲା କାର୍ଯ୍ୟାଳୟକୁ ପଠାଇଥିଲେ ବୋଲି ଜିଲା ମିଶନଶକ୍ତି ଅଧିକାରୀ କୈଳାସ ଚନ୍ଦ୍ର ସେନାପତି ସୂଚନା ଦେଇଛନ୍ତି ା ବିଏଲଏଫ୍‌ ପ୍ରକୋଷ୍ଠର ତାଲା କାହା ଉପସ୍ଥିତିରେ ଖୋଲାଯାଇଥିଲା ବିଡ଼ିଓଙ୍କୁ ପଚାରିବାରୁ ସେ ତା’ର କୌଣସି ଉତ୍ତର ଦେଇ ନ ଥିବା ବେଳେ ଜିଲା କାର୍ଯ୍ୟାଳୟରୁ ଆସିଥିବା ନିର୍ଦ୍ଦେଶ ଅନୁସାରେ ଡକ୍ୟୁମେଣ୍ଟ ପଠାଇଛନ୍ତି ବୋଲି ବିଡ଼ିଓ ଜେନା କହିଥିଲେ ା
ଏ ବିଷୟରେ ବିଏଲଏଫ୍‌ ସମ୍ପାଦିକା ମନୋରମା ରାଉତଙ୍କୁ ପଚାରିବାରୁ ସେ କହିଲେ ମାସାଧିକ କାଳ ବିଏଲଏଫ୍‌ ପ୍ରକୋଷ୍ଠରେ ପଡ଼ିଥିବା ତାଲାକୁ ଜଣେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଖୋଲାଯିବା ପାଇଁ ବିଏଲଏଫ୍‌ ଓ ଜିପିଏଲ୍‌ଏଫ୍‌ର କର୍ମକର୍ତ୍ତାଙ୍କ ଦ୍ୱାରା ହୋଇଥିବା ରିଜୋଲ୍ୟୁଶନ୍‌କୁ ଗୁରୁବାର ଉନ୍ନୟନ ଅଧିକାରୀ, ଡିପିସି ଓ ବିଡ଼ିଓଙ୍କୁ ପ୍ରଦାନ କରାଯାଇଥିଲା ା ପରେ ସେ ତାଲା କିପରି ଓ କିଏ ଖୋଲିଲା ତାଙ୍କ ପାଖରେ କୌଣସି ଖବର ନ ଥିବା ରାଉତ କହିଥିଲେ ା ତେବେ ମିଶନଶକ୍ତିର ଏଭଳି ବିବାଦୀୟ କାର୍ଯ୍ୟଧାରା, ବିଏଲ୍‌ଏଫ୍‌ ପ୍ରକୋଷ୍ଠରେ ପଡ଼ିଥିବା ତାଲା ଓ ବିଏଲଏଫ୍‌ ସଭାନେତ୍ରୀଙ୍କ ବିପିସିଙ୍କ ଉପରକୁ ଚାବି ଫୋପାଡ଼ିବା ପରେ ଜିଲା କାର୍ଯ୍ୟାଳୟକୁ ତରବରିଆ ଭାବେ ଡକ୍ୟୁମେଣ୍ଟ ପଠାଇବା ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ମିଶନଶକ୍ତି ବିଭାଗର ନିର୍ଦ୍ଦେଶିକାଙ୍କ ନିକଟରେ ଦାବି କରିଛନ୍ତି ା ସେହିପରି ମାସାଧିକ କାଳ ୧୮ ଟି ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ଡକ୍ୟୁମେଣ୍ଟ କାହିଁକି ପଠାଯାଇ ନ ଥିଲା ତାହା ତଦନ୍ତ ସାପେକ୍ଷ ବୋଲି ବରିଷ୍ଠ କଂଗ୍ରେସ ନେତା ରଘୁନାଥ ଶତପଥୀ କହିଛନ୍ତି ା ମହିଳାଙ୍କୁ ସ୍ବାବଲମ୍ବୀ କରିବା ନାମରେ କର୍ମନିଯୁକ୍ତି ପାଇଁ ଅପେକ୍ଷା କରିଥିବା ଶତାଧିକ ମହିଳାଙ୍କ ଭାଗ୍ୟ ସହ ଖେଳୁଥିବା ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶତପଥୀ ଜିଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କଇଁଛ ଶାବକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ସ୍ବେଚ୍ଛାସେବୀ ଟିମ୍‌

ଗଞ୍ଜାମ,୧୫ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିର ବାଲୁକା ଶଯ୍ୟାରେ ବେବି ଅଲିଭ ରିଡଲେ ଅଣ୍ଡାରୁ ଜନ୍ମ ହେବା ପରେ ସମୁଦ୍ର ମୁହାଁ ହୋଇ...

ସି.ଏମ ଟ୍ରଫି ଫୁଟବଲ: ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ଚାମ୍ପିଅନ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବରଗଡ଼ ୟୁନାଇଟେଡ ସ୍ପୋର୍ଟସ...

କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର

ପାଟଣା, ୧୫।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ସାହାରପଡା , ଉଖୁଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି...

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଘଟଣା: ପ୍ରତିବାଦ କଲା ଗଞ୍ଜାମ ବିଜେଡି

ଗଜପତି,୧୫।୪(ଗିରିଧାରୀ ପରିଛା): ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ବିଜେଡି ବିରୋଧ ପ୍ରଦର୍ଶନ କରିଛି। ମଙ୍ଗଳବାର ବଲାଙ୍ଗୀର ଜିଲା ପାଟଣାଗଡରେ ଗଜପତି...

ରାଜ୍ୟରେ ବଢୁଛି ନାରୀ ନିର୍ଯାତନା: ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ମଙ୍ଗଳବାର ସଂଧ୍ୟାରେ ବରଗଡ଼ ନଗର ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଓଡିଶାରେ ବଢୁଥିବା...

ଏବର୍ଷ ମୌସୁମୀରେ କିପରି ହେବ ବର୍ଷା ? IMDର ବଡ଼ ଭବିଷ୍ୟବାଣୀ, ତାତିକୁ ନେଇ ବି କଲା ସତର୍କ

ନୂଆଦିଲ୍ଲୀ,୧୫।୪: ଆଗାମୀ ମୌସୁମୀ ଋତୁରେ ଭାରତରେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଙ୍ଗଳବାର କହିଛି। ଫଳରେ କୃଷିଭିତ୍ତିକ ଅର୍ଥନୀତି...

ଦୈତାରୀ ଥାନା ଅଞ୍ଚଳରେ ମାଓ ଚଳପ୍ରଚଳକୁ ମିଥ୍ୟା ସୂଚନା ଦେଇଥିବା ବନ କର୍ମଚାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠନ

କେନ୍ଦୁଝର,୧୫।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦୈତାରୀ ଥାନା ଅଞ୍ଚଳରେ ମାଓ କାର୍ଯ୍ୟକଳାପକୁ ନେଇ ମିଥ୍ୟା ପ୍ରଚାରକୁ ନେଇ କେନ୍ଦୁଝର ପୋଲିସ ତଦନ୍ତ ଆରମ୍ଭ କରିଛି। ଏନେଇ...

ଗାଈ ଚରାଇବାକୁ ଯାଇଥିଲେ,ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପଟ୍ଟାଙ୍ଗି,୧୫ା୪(ଶରତ କୁମାର ଧଳ)-ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତର ମିରିଆଲପାଡୁ ଗ୍ରାମର ପାମିଆ ବଲୁଙ୍କୁ ଗ୍ରାମବାସୀ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image