Categories: ଫୁରସତ

୩୫ ବର୍ଷ ପରେ ବନ୍ୟା ଉଦ୍ଧାର କାର୍ଯ୍ୟ ବେଳେ ମିଳିଲେ ମାଆ

ପଟିଆଲା,୨୮ା୭: ଦୀର୍ଘ ୩୫ ବର୍ଷ ପରେ ଜଣେ ମହିଳାଙ୍କୁ ତାଙ୍କ ପୁଅ ଖୋଜି ପାଇଛନ୍ତି। ଜଗଜିତ୍‌ ସିଂ ବନ୍ୟା ଉଦ୍ଧାର କାର୍ଯ୍ୟରେ ସ୍ବେଚ୍ଛାସେବୀ ଭାବେ ନିୟୋଜିତ ଥିବାବେଳେ ନିଜ ମାଆଙ୍କୁ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ଜୁଲାଇ ୨୦ରେ ପଞ୍ଜାବର ପଟିଆଲା ଗ୍ରାମରେ ଥିବା ମାମୁଘରେ ହରଜିତ କୌରଙ୍କ ସହ ଜଗଜିତ୍‌ଙ୍କର ଭେଟ ହୋଇଥିଲା। ସେ ଏହି ମିଳନ ସମୟର ଭିଡିଓକୁ ଫେସ୍‌ବୁକ୍‌ରେ ଶେୟାର କରିଛନ୍ତି। ଜଗଜିତ୍‌ ତାଙ୍କ ଭାବାବେଗକୁ ନିୟନ୍ତ୍ରଣରେ ରଖିପାରି ନ ଥିଲେ ଓ ଆଖିରୁ ଲୁହ ବହିଯାଇଥିଲା ବୋଲି କହିଛନ୍ତି। ଜଗଜିତ୍‌ଙ୍କୁ ୬ ମାସ ହୋଇଥିବାବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ୨ ବର୍ଷ ବେଳେ ହରଜିତ୍‌ ଦ୍ୱିତୀୟ ବିବାହ କରିବାରୁ ପିଲାଟିକୁ ତାଙ୍କ ଜେଜେ ଓ ଜେଜେମାଆ ଅନ୍ୟତ୍ର ନେଇଯାଇଥିଲେ। ସେ ବଡ଼ ହେବା ପରେ ଉଭୟ ମାଆବାପା ଦୁର୍ଘଟଣାରେ ମରିଯାଇଥିବା ତାଙ୍କୁ କୁହାଯାଇଥିଲା। ନିକଟରେ ବନ୍ୟା ଉଦ୍ଧାର କାର୍ଯ୍ୟ ପାଇଁ ଜଗଜିତ୍‌ ତାଙ୍କ ଏନ୍‌ଜିଓ ସହ ପଟିଆଲାରେ ପହଞ୍ଚତ୍ଥିବାବେଳେ ବୋହାରପୁର ଗ୍ରାମରେ ମାଆଙ୍କ ସହ ଭେଟ ହୋଇଥିଲା।

Share