ମୁମ୍ବାଇ,୧।୧୦: ଚଳିତ ବର୍ଷ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜାଭିଷେକ କାର୍ଯ୍ୟ ୩୫୦ ବର୍ଷ ପୂରଣ ହେଉଛି। ଏହି ଅବସରରେ ବର୍ଷ ୧୬୫୯ରେ ମସିହାରେ ଛତ୍ରପତି ଶିବାଜୀ ମହାରାଜ ଯେଉଁ ବାଘ ନଖ (ବାଘ ନଖ ପରି ଲୁହା ଅସ୍ତ୍ର) ସହାୟତାରେ ଅଫଜଲ ଖାନ୍ଙ୍କୁ ବଧ କରିଥିଲେ ତାହା ତିନି ବର୍ଷ ପାଇଁ ଲଣ୍ଡନର ଭିକ୍ଟୋରିଆ ସଂଗ୍ରହାଳୟରୁ ମହାରାଷ୍ଟ୍ରକୁ ଅଣାଯିବ। ମହାରାଷ୍ଟ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗନ୍ତୀୱାର ଅକ୍ଟୋବର ୩ରେ ଲଣ୍ଡନରେ ପହଞ୍ଚି ଭିକ୍ଟୋରିଆ ଏବଂ ଆଲବର୍ଟ ସଂଗ୍ରହାଳୟ ସହିତ ଏକ ଚୁକ୍ତିନାମା ସ୍ବାକ୍ଷର କରିବେ।
ଗତ ମାସରେ ସେ କହିଥିଲେ ଯେଳ ୧୬୫୯ ମସିହାରେ ବିଜେପୁର ସୁଲତାନ କମାଣ୍ଡର ଆଫଜାଲ ଖାନଙ୍କୁ ହତ୍ୟା କରିବା ପାଇଁ ଛତ୍ରପତି ଶିବାଜୀ ମହାରାଜଙ୍କ ଦ୍ୱାରା ବ୍ୟବହୃତ ହୋଇଥିବା ବାଘନଖକୁ ନଭେମ୍ବରରେ ଲଣ୍ଡନରୁ ଭାରତ ଆଣିବାର ସମ୍ଭାବନା ରହିଛି। ଆମେ ଏଥିପାଇଁ ସମ୍ମତି ସୱାକ୍ଷର କରିବାକୁ ଯାଉଛୁ। ଯେଉଁ ଦିନ ଛତ୍ରପତି ଶିବାଜୀ ମହାରାଜ ଆଫଜଲ ଖାନଙ୍କୁ ବଧ କରିଥିଲେ ସେହି ଦିନ ଏହାକୁ ଆଣିବା ଆମର ପ୍ରୟାସ। ଏହା ଆମ ପାଇଁ ପ୍ରେରଣା ଏବଂ ଶକ୍ତିର ଉତ୍ସ।ଏହି ବାଘନଖକୁ ଦକ୍ଷିଣ ମୁମ୍ବାଇର ଛତ୍ରପତି ଶିବାଜୀ ସଂଗ୍ରହାଳୟରେ ରଖାଯିବାର ସମ୍ଭାବନା ରହିଛି।