ପାକିସ୍ତାନରେ କିନ୍ନରଙ୍କୁ ପୁଣି ମିଳିଲା ପରିଚୟ ପତ୍ର, ରୋକ ଲଗାଇଥିଲେ ଶରିୟା କୋର୍ଟ

ଇସଲାମବାଦ,୨୬।୯:ପାକିସ୍ତାନର ଶରିଆ ଅଦାଲତର ବିବାସସ୍ପଦ ଶୁଣାଣିର ୪ମାସ ପରେ ପାକିସ୍ତାନ ଅଧକାରୀ କିନ୍ନରଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ପୁଣି ଆରମ୍ଭ କରିଛନ୍ତି। ଅଧିକାରୀ ଓ କାର୍ଯ୍ୟକତ୍ତା ଏସମ୍ପର୍କରେ ମଙ୍ଗଳବାର ସୂଚନା ଦେଇଛନ୍ତି। ମେ ମାସରେ ଶରିୟା କୋର୍ଟରେ କରାଯାଇଥିବା ଶୁଣାଣିରେ ରାଷ୍ଟ୍ରୀୟ ଡାଟାବେସ ଓ ପଞ୍ଜିକରଣ(ଏନଏଡିଆରଏ) କିନ୍ନରଙ୍କୁ ପରିଚୟ ପତ୍ର ଦେବା ବନ୍ଦ କରି ଦେଇଥିଲେ। ଶୁଣାଣିରେ କୋର୍ଟ କହିଥିଲେ, କିନ୍ନରମାନେ ନିଜ ଇଛାରେ ନିଜର ଲିଙ୍ଗ ପରିବର୍ତ୍ତନ କରିପାରିବେ ନାହିଁ ଓ ସମସ୍ତଙ୍କୁ ସମାନ ଅଧିକାର ଦେବା ଇସଲାମ ଧର୍ମର ବିରୋଧ ଅଟେ।

କୋର୍ଟ କହିଛନ୍ତ, ଅଧିକାରୀ କିନ୍ନରଙ୍କୁ ‘ଏକ୍ସ’ ନାମକ ପରିଚୟ ପତ୍ର ପ୍ରଦାନ ବନ୍ଦ କରିବା ଉଚିତ। ପାକିସ୍ତାନରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ଡ୍ରାଇଭିଂ ଲାଇସେନ୍ସ, ଚିକିତ୍ସା ସେବା ଏବଂ ଅନ୍ୟାନ୍ୟ ଦୈନନ୍ଦିନ ସେବା ପାଇବା ପାଇଁ ପରିଚୟ ପତ୍ର ଆବଶ୍ୟକ। ମାନବିକ ଅଧିକାର କର୍ମୀମାନେ ଅଦାଲତର ଏହି ନିଷ୍ପତ୍ତି ବିରୋଧରେ ଏକ ଆବେଦନ କରିଥିଲେ।

ଏନଏଡିଆରଏ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ସେମାନେ ନିନ୍ନରଙ୍କୁ ପରିଚୟ ପତ୍ର ପ୍ରଦାନ ଆରମ୍ଭ କରିଛନ୍ତି। ଶରିୟା କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି, ତେଣୁ ପରିଚୟ ପତ୍ର ପ୍ରଦାନ କରିବାରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ଅଧିକାରୀ କହିଛନ୍ତି। ପାକିସ୍ତାନୀ ନିୟମ ଅନୁଯାୟୀ, କୌଣସି ଅପିଲ କିମ୍ବା ସମୀକ୍ଷା ଆବେଦନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ପୂର୍ବରୁ ଦିଆଯାଇଥିବା କୋର୍ଟର ନିଷ୍ପତ୍ତି ପ୍ରଭାବଶାଳୀ ବୋଲି ବିବେଚନା କରାଯାଇପାରିବ ନାହିଁ।

Share