Categories: ଜାତୀୟ

ସମୁଦୁଣୀଙ୍କ ପାଇଁ ବିବାହର ୪୦ ବର୍ଷ ପରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଲେ ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି

କୁହାଯାଏ, ପ୍ରେମରେ ବୟସ ଦେଖାଯାଏନି। ଠିକ୍‌ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଗଢ଼ଓ୍ବା ଜିଲାରେ। ଯେଉଁଠାରେ ଜଣେ ବ୍ୟକ୍ତି ନିଜ ସମୁଦୁଣୀଙ୍କୁ ପ୍ରେମ କରି ବିବାହର ୪୦ ବର୍ଷ ପରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଛନ୍ତି।
ଅନ୍ୟପକ୍ଷରେ ଗଢ଼ଓ୍ବା ଜିଲା ସଦର ଥାନାରେ ପହଞ୍ଚି ସ୍ତ୍ରୀ ଜଣକ ନ୍ୟାୟ ଭିକ୍ଷା କରିଛନ୍ତି। ଯେଉଁ ଦେଶରେ ତିନ୍‌ ତଲାକ୍‌ ଆଇନ୍‌ ବ୍ୟାନ୍‌ ହୋଇସାରିଛି। ସେଠାରେ ଆଜି ବି ଲୋକ ନିୟମ ଅମାନ୍ୟ କରୁଛନ୍ତି। ଯାହା ସମସ୍ତଙ୍କୁ ଚକିତ କରିଛି।
ଏହି ଘଟଣା ମେରାଲ ଥାନା ଅନ୍ତର୍ଗତ ଟିକୁଲହିଡାର ଗାଁର। ଏଠାକାର ୫୫ ବର୍ଷୀୟ ଅବଦୁଲ୍‌ ଶେଖ୍‌ଶାହ ନିଜ ମଝିଆଁ ପୁଅଙ୍କ ଶାଶୁ ଅର୍ଥାତ୍‌ ସମୁଦୁଣୀଙ୍କୁ ହୃଦୟ ଦେଇଦେଲେ। ଅବଦୁଲ୍‌ଙ୍କ ସ୍ତ୍ରୀ ଏହାକୁ ବିରୋଧ କରିବାରୁ ରାଗି କି ଅବଦୁଲ୍‌ ତିନ୍‌ ତଲାକ୍‌ କହିଦେଲେ। ଏହାକୁ ନେଇ ପରିବାରରେ ହଟଚମଟ ସୃଷ୍ଟି ହୋଇଥିଲା। ଅବଦୁଲ୍‌ ସ୍ତ୍ରୀଙ୍କ ସହ ପୂରା ପରିବାରକୁ ଘରୁ ବାହାରକୁ ବାହାର କରିଦେଲେ। ଏଥିସହିତ ଘରେ ଥିବା ସମସ୍ତ ସୁନାଗହଣା, ଅନ୍ୟାନ୍ୟ ସାମଗ୍ରୀ ଧରି ପ୍ରେମିକା ତଥା ସମୁଦୁଣୀଙ୍କ ନିକଟରେ ପହଞ୍ଚିଗଲେ। ଏହି ଘଟଣା ପରେ ପୂରା ପରିବାର ମହିଳା ଥାନାରେ ପହଞ୍ଚିଛନ୍ତି। ପୀଡ଼ିତା ବୃଦ୍ଧା ଜଣକ ସ୍ବାମୀଙ୍କ ବିରୋଧରେ ଏଫ୍‌ଆଇଆର ଦାୟର କରି ନ୍ୟାୟ ଭିକ୍ଷା ମାଗିଛନ୍ତି।

Share