Categories: ଫୁରସତ

୪୦୦ ବର୍ଷ ପରେ ଧନତେରସରେ ଶୁଭ ସଂଯୋଗ, ଏସବୁ ୪ ରାଶି ପାଇଁ ଧନବର୍ଷା ଯୋଗ…

ଚଳିତ ବର୍ଷ ଧନତେରସରେ ପୁଷ୍ୟା ନକ୍ଷତ୍ରରେ ଶୁଭଯୋଗ ହେବାକୁ ଯାଉଛି । ଦୀପାବଳି ୧୨ ନଭେମ୍ବରରେ ଏବଂ ଧନତେରସ ୧୦ ନଭେମ୍ବରରେ ପଡୁଛି। ପୁଷ୍ୟା ନକ୍ଷତ୍ର ସକାଳ ୭ ଟା ୫୭ରୁ ପୂର୍ବାହ୍ନ ୧୦ଟା ୨୯ ପର୍ଯ୍ୟନ୍ତ ରହିବ। ଶନି ପୁଷ୍ୟା ଯୋଗ ସକାଳ ୭ଟା ୫୭ରୁ ରାତି ପର୍ଯ୍ୟନ୍ତ ରହିବ। ରବି ପୁଷ୍ୟା ଯୋଗ ସମଗ୍ର ଦିନ ପାଇଁ ପୂର୍ବାହ୍ନ ୧୦ଟା ୨୯ ରୁ ଆରମ୍ଭ ହୋଇ ସମଗ୍ର ଦିନସାରା ରହିବ। ଏହା ସହିତ ହର୍ଷ, ସରଲ, ଶଙ୍କର, ଲକ୍ଷ୍ମୀ, ଶଶ, ସାଧ୍ୟ, ମିତ୍ର ଏବଂ ଗଜକେଶରୀ ଭଳି ଅଷ୍ଟ ମହାଯୋଗ ଏହି ଅବସରରେ ସୃଷ୍ଟି ହେବ ଯାହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ।  ଧନତେରସରେ ୪୦୦ ବର୍ଷ ପରେ ଏଭଳି ସଂଯୋଗ ସୃଷ୍ଟି ହେବାକୁ ଯାଉଛି ।ଏହି ଯୋଗରେ ୪ ରାଶିଙ୍କ ପାଇଁ ଧନ ବର୍ଷା ହେବାର ଶୁଭ ସ୍ଥିତି ସୃଷ୍ଟି ହୋଇଛି।

ବୃଷ ରାଶି: ଧନତେରସରେ ଏହି ଶୁଭ ଯୋଗ ସୃଷ୍ଟି ଯୋଗୁ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ବୃଷ ରାଶି ଜାତକଙ୍କ ଉପରେ ରହିବ। ଆର୍ଥିକ ସ୍ଥିତିରେ ସୁଧାର। ହଠାତ ଧନଲାଭ ଯୋଗ ରହିଛି। ପରିବାରରେ ସୁଖଶାନ୍ତି ବିରାଜମାନ କରିବ।

କର୍କଟ ରାଶି: ଧନତେରସରେ ଶୁଭ ସଂଯୋଗ ଯୋଗୁ କର୍କଟ ରାଶି ଜାତକମାନେ ହଠାତ ଧନ ଲାଭ କରିପାରନ୍ତି। ସ୍ଥଗିତ ହୋଇଥିବା ଯୋଜନାରେ ସଫଳତା ମିଳିବ। ଏହି ସମୟ ବ୍ୟବସାୟୀମାନଙ୍କ ପାଇଁ ସର୍ବୋତ୍ତମ ବୋଲି ପ୍ରମାଣିତ ହେବ। ବ୍ୟବସାୟରେ ପ୍ରଗତିର ସମ୍ଭାବନା ଅଛି ।

କନ୍ୟା ରାଶି: ଧନତେରସରେ ଘଟିଥିବା ଶୁଭ ଯୋଗ ଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ କନ୍ୟା ରାଶି ଜାତକଙ୍କ ଉପରେ ରହିବ। କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତି ହେବ। ବିଦେଶ ଯିବାର ସମ୍ଭାବନା ଅଛି। କର୍ମକ୍ଷେତ୍ରରେ ଆୟ ବୃଦ୍ଧି ପାଇବ ।

ମକର ରାଶି: ମକର ରାଶି ଜାତକମାନଙ୍କ ପାଇଁ ଧନତେରସରେ ଧନ ଏବଂ ଐଶ୍ଚର୍ଯ୍ୟ ପ୍ରାପ୍ତିର ଯୋଗ ରହିଛି। ପରିବାରରେ ସମୃଦ୍ଧି ବୃଦ୍ଧି ପାଇବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନଙ୍କ ପାଇଁ ପ୍ରଗତିର ସମ୍ଭାବନା ଅଛି। ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରେ ଯୋଗୁ ବିପୁଳ ପରିମାଣର ଧନ ଲାଭ ହେବ।

Share