୪୧ ବର୍ଷ ପରେ କେସିଙ୍ଗା ମହାବିଦ୍ୟାଳୟକୁ ମିଳିଲା ପଟ୍ଟା

କେସିଙ୍ଗା,୧୦।୫: କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ମହାବିଦ୍ୟାଳୟକୁ ଦୀର୍ଘ ୪୧ ବର୍ଷ ପରେ ଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଜମିର ପଟ୍ଟା ପ୍ରଦାନ କରାଯାଇଛି। କେସିଙ୍ଗା ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାମରେ ଦୁଇଟି ଜମି ପଟ୍ଟା ପ୍ରଦାନ କରାଯାଇଛି। ମଙ୍ଗଳବାର କେସିଙ୍ଗା ତହସିଲଦାର ଜ୍ୟୋର୍ତିମୟ କର ମହାବିଦ୍ୟାଳୟର ପ୍ରିନ୍ସିପାଲ କୈଳାଶ ଚନ୍ଦ୍ର ସାହାଙ୍କୁ ଜମି ପଟ୍ଟା ପ୍ରଦାନ କରିଛନ୍ତି। କେସିଙ୍ଗା ମହାବିଦ୍ୟାଳୟ ନାମରେ ୬.୯୩୦ ଏକର ଓ ଉଚ୍ଚ ମହାବିଦ୍ୟାଳୟ ନାମରେ ୩.୭୮୦ ଏକର ଜମି ପ୍ରଦାନ କରାଯାଇଛି। ଏହାକୁ ନେଇ କେସିଙ୍ଗା ସହରବାସୀ ତଥା ଶିକ୍ଷାବିତ୍‌, କଲେଜ ଛାତ୍ରୀଛାତ୍ର ପ୍ରମୁଖ ରାଜ୍ୟ ସରକାର ଓ ଉଚ୍ଚ ଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି। ଏହି ପଟ୍ଟା ବଣ୍ଟନ ସମୟରେ ମହାବିଦ୍ୟାଳୟ ବରିଷ୍ଠ ଇଂଲିଶ ଅଧ୍ୟାପକ ସୁଶାନ୍ତ ପାଢ଼ୀ ଓ ଅନ୍ୟ ଅଧ୍ୟାପକମାନେ ଉପସ୍ଥିତ ଥିଲେ।

Share