୪୩୬ ଦିନ ପରେ ପଡ଼ିଆକୁ ଓହ୍ଲାଇଲେ ଧୋନୀ

ଆବୁଧାବି, ୧୯।୯: ଶନିବାରଠାରୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆରମ୍ଭ ହୋଇଛି। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ଖେଳାଯାଇଛି। ଏହି ମ୍ୟାଚ୍‌ ଖେଳିବା ସହ ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦୀର୍ଘ ୪୩୬ ଦିନ ପରେ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍‌କୁ ଫେରିଛନ୍ତି। ଧୋନୀ ନିଜର ଶେଷ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍‌ ୧୦ ଜୁଲାଇ ୨୦୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷ ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ ଖେଳିଥିଲେ। ଧୋନୀ ଏଥିପୂର୍ବରୁ ଗତ ମାସରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା କରିଥିଲେ।

Share