୫ ଦିନ ପରେ ହରିଜନପଡ଼ାକୁ ହେଲା ଜଳଯୋଗାଣ

ଡୁଙ୍ଗୁରିପାଲି,୨୦ା୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ହରିଜନପଡ଼ାବାସୀ ପାଇପ ପାଣି ପାଇଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପାଇପ ଫାଟି ଯାଇଥିବାରୁ ଏହି ସମସ୍ୟା ଉପୁଜି ଥିଲା। ଦୀର୍ଘଦିନ ଧରି ମରାମତି ନ ହେବାରୁ ଗ୍ରୀଷ୍ମରେ ପରିସ୍ଥିତି ସଙ୍ଗୀନ ରୂପ ଧାରଣ କରିଥିଲା। ଏ ସଂକ୍ରାନ୍ତରେ ଏକ ଖବର ମେ’ ୧୫ରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହାପରେ ଡୁଙ୍ଗୁରିପାଲି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ପଟେଲ ପାଇପ୍‌ ଫାଟି ଯାଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ଫାଟିଯାଇ ଥିବା ପାଇପ୍‌କୁ ଦୁଇ ଦିନ ଧରି ମରାମତି କରି ନୂତନ ପାଇପ ସଂଯୋଗ କଲା ପରେ ପଡ଼ାବାସୀଙ୍କୁ ପାଇପ୍‌ ପାଣି ମିଳିଥିଲା। ହେଲେ କିଛି ଦିନ ଗଲା ପରେ ଅନ୍ୟତ୍ର ଏକ ସ୍ଥାନରେ ପାଇପ୍‌ ଫାଟି ରାସ୍ତା ଉପରେ ପାଣି ଚାଲିଲା। ଫଳରେ ସମସ୍ୟା ଆହୁରି ବଢ଼ିଲା। ଏ ନେଇ ୧୦ ନମ୍ବର ଓ୍ବାର୍ଡ୍‌ର ପୂର୍ବତନ ଓ୍ବାର୍ଡ ସଭ୍ୟ ଦୀନବନ୍ଧୁ ସୁନାଙ୍କ ସହ ଯୁବ ଗୋଷ୍ଠୀ, ପଡ଼ାବାସୀ ଯନ୍ତ୍ରୀଙ୍କୁ ଦୃଷ୍ଟିି ଆକର୍ଷଣ କରାଇଥିଲେ। ଆଗକୁ ବର୍ଷାଋତୁ ଲକ୍ଷ୍ୟ ରଖି ଦିଗଶିରା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ଲବ ମେହେର ଶୀଘ୍ର ନୂତନ ପାଇପ୍‌ ଲାଇନ୍‌ ସଂଯୋଗ କରି ଜଳଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଏ ବିଷୟରେ ଜଣାଇଥିଲେ। ଯନ୍ତ୍ରୀଙ୍କ ପରିଦର୍ଶନ ବେଳେ ପୁର୍ବତନ ଓ୍ବାର୍ଡ ଦୀନବନ୍ଧୁ ସୁନା,ସୁରେଶ ବାଗ, ଫକିର ସୁନା, ହିମାଂଶୁ ସୁନା, ଜିତୁ ସୁନା,ରାଜେଶ ଦୀପ, ମକରଧୂଜ ହରିପାଲ, ଗଜ ବାଗ, ବଳିଷ୍ଟ ହରିପାଲ, ପଙ୍କଜ ମେହେର, ପାଣ୍ଡବ ମେହେର, କରାଖାଉ ଦଣ୍ଡସେନା, ରାମଜୀ ଡାଙ୍ଗଙ୍କ ସହ ପ୍ରମୁଖ ପଡ଼ାବାସୀ ଉପସ୍ଥିତ ଥିଲେ। ୨ ଓ୍ବାର୍ଡ ବିଶିଷ୍ଟ ଦିଗଶିରା ଗ୍ରାମର ହରିଜନ ପଡ଼ାକୁ ଅଙ୍ଗ ନଦୀରୁ ଜଳ ଯୋଗାଣ ହେଉଛି। ଜୁଲାଇ ୧୪ ଶୁକ୍ରବାର ଦିନ ବିଭାଗୀୟ ଯନ୍ତ୍ରୀ ରଞ୍ଜନ କୁମାର ପଟେଲ ଦିଗଶିରା ହରିଜନ ପଡ଼ାକୁ ଏହି ପାଣି ସମସ୍ୟା ନେଇ ପରିଦର୍ଶନରେ ଯାଇଥିଲେ। ବହୁ ବର୍ଷ ଧରି ପାଇପ୍‌ ଜଳଯୋଗାଣ ହେଉଥିବାରୁ ଅତି ପୁରୁଣା ପାଇପ୍‌ ହେବା ଦାରା ପାଇପ୍‌ ଫାଟି ସମସ୍ୟା ଲାଗି ରହିଥିବା ପରିଲକ୍ଷିତ କରିଥିଲେ। ବର୍ତ୍ତମାନ ଯେହେତୁ ଆଗକୁ ବର୍ଷାଋତୁ ଅଛି ଅତି ଶୀଘ୍ର ନୂତନ ପାଇପ୍‌ ଲାଇନ୍‌ ସଂଯୋଗ କରି ଜଳ ଯୋଗାଣ କରାଯିବ ବୋଲି ପଡ଼ାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଯନ୍ତ୍ରୀଙ୍କ ଆଦେଶ କ୍ରମେ ଗତକାଲି ୧୮ତାରିଖ ମଙ୍ଗଳବାଳଠାରୁ ବୁଧବାର ପର୍ଯ୍ୟନ୍ତ ୨ ଦିନ ହେବ ଏସିଏମ୍‌୍‌ ଭଜମନ ସେଠ୍‌ ଓ ତାଙ୍କ କର୍ମଚାରୀ ନୂତନ ପାଇପ୍‌ ଲାଇନ୍‌ ସଂଯୋଗ ଜଳ ଯୋଗାଣ ପାଇଁ ନିୟୋଜିତ ହୋଇଥିଲେ। ବୁଧବାର ନୂତନ ପାଇପ୍‌ ସଂଯୋଗରେ ଅଙ୍ଗ ନଦୀର ଜଳ ଯୋଗାଣ ପାଣି ପାଇଥିବାରୁ ପଡ଼ାବାସୀଙ୍କ ପାଣି ସମସ୍ୟା ଦୂର ହେବା ସହ ଆନନ୍ଦ ଦେଖିବାକୁ ମିଳିଛି।