୫ବର୍ଷ ପରେ ୫୭ଜଣଙ୍କୁ ମିଳିବ ‘ରାଜ୍ୟ ଶିକ୍ଷକ ପୁରସ୍କାର’

ଭୁବନେଶ୍ୱର, ୨୩।୩(ବ୍ୟୁରୋ):ଦୀର୍ଘ ୫ବର୍ଷ ପରେ ଚଳିତବର୍ଷ ଦିଆଯିବ ‘ରାଜ୍ୟ ଶିକ୍ଷକ ପୁରସ୍କାର’। ୨୦୧୭ ବର୍ଷ ପାଇଁ ମନୋନୀତ ୫୭ଜଣ ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ଗୁରୁଦିବସରେ ନୁହେଁ କି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନୁହେଁ, ଉତ୍କଳ ଦିବସରେ ଏହି ଶିକ୍ଷକଙ୍କୁ ଜିଲା ସ୍ତରରେ ପୁରସ୍କୃତ କରାଯିବ। ଏ ନେଇ ବିଭାଗ ପକ୍ଷରୁ ଚିଠି ହେବା ପରେ ପୁରସ୍କାର ପାଇଁ ଚାହିଁ ବସିଥିବା ଶିକ୍ଷକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଇତିମଧ୍ୟରେ ଏହି ଶିକ୍ଷକଙ୍କ ମଧ୍ୟରୁ ୧୩ଜଣ ଅବସର ନେଇ ସାରିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ‘ରାଜ୍ୟ ଶିକ୍ଷକ ପୁରସ୍କାର’କୁ ଜିଲାସ୍ତରରେ ଦିଆଯିବା ନେଇ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ପାଇବା ପରେ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁରସ୍କାର ପାଇବାକୁ ଅପେକ୍ଷା କରିଥିବା ଶିକ୍ଷକ ରବୀନ୍ଦ୍ରନାଥ ବେହେରା ଦୁଃଖର ସହ କହିଛନ୍ତି, ୫ବର୍ଷ ପରେ ପୁରସ୍କାର ଦେଉଛନ୍ତି। ଏହା ରାଜ୍ୟ ପୁରସ୍କାର। ଜିଲାସ୍ତରରେ ଏମିତି ପୁରସ୍କାର ଦେବା ନିଷ୍ପତ୍ତିକୁ ଆମେ ନିନ୍ଦା କରୁଛୁ। ସରକାର ଆଉଥରେ ଚିନ୍ତା କରି ରାଜ୍ୟ ସ୍ତରରେ କାର୍ଯ୍ୟକ୍ରମ କରି ପୁରସ୍କାର ଦେଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ପ୍ରତି ଜିଲାରୁ ୨ଜଣ ଶିକ୍ଷକଙ୍କୁ ‘ରାଜ୍ୟପାଳ ପୁରସ୍କାର’ ଦିଆଯାଏ। କିନ୍ତୁ ପରବର୍ତ୍ତୀ ସମୟରେ ତାହା ‘ରାଜ୍ୟ ଶିକ୍ଷକ ପୁରସ୍କାର’ ଭାବେ ନାମିତ ହେଲା। ଏଥିପାଇଁ ରାଜ୍ୟ ସରକାର ୨୦୧୭ରେ ନୂଆ ରିଜୋଲ୍ୟୁଶନ ଆଣିଥିଲେ। ଏହି ଅନୁସାରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଶିକ୍ଷକମାନେ ପୁରସ୍କାର ପାଇଁ ଆବେଦନ କଲେ। ୨୦୧୭ବର୍ଷ ପାଇଁ ୫୭ଜଣ ଶିକ୍ଷକଙ୍କୁ ଏହି ରାଜ୍ୟ ଶିକ୍ଷକ ପୁରସ୍କାର ପାଇଁ ଚୟନ କରାଗଲା। ୨୦୧୮ ସେପ୍ଟେମ୍ବର ୫ରେ ଭୁବନେଶ୍ୱର ସୂଚନା ଭବନରେ ପୁରସ୍କାର ଦେବାକୁ ଡକାଗଲା। କିନ୍ତୁ ସକାଳେ ହଠାତ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ବାତିଲ କରାଗଲା। ଫଳରେ ସମ୍ପୃକ୍ତ ଶିକ୍ଷକମାନେ ନିରାଶ ହୋଇ ଫେରିଥିଲେ। ଜଣେ ଘରୋଇ ସ୍କୁଲ ଶିକ୍ଷକ ହାଇକୋର୍ଟରେ ମାମଲା ରୁଜୁ କରିଥିବାରୁ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିବା ଜଣାପଡିଥିଲା। ଅଭିଯୋଗ ଥିଲା ଯେ, ଏହି ପୁରସ୍କାର ପାଇଁ ସମସ୍ତ ଶିକ୍ଷକ (ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ)ଙ୍କୁ ଆବେଦନ ପାଇଁ ଅନୁମତି ଦିଆଯାଉ। ହାଇକୋର୍ଟ ମାମଲାର ଶୁଣାଣି କରି ଅଭିଯୋଗ ଯଥାର୍ଥ ଏବଂ ନୂଆ ରିଜୋଲ୍ୟୁଶନ ଆଣି ୨୦୧୮ରୁ ତାହା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ। ହେଲେ ୨୦୧୭ ପାଇଁ ମନୋନୀତ ହୋଇଥିବା ଶିକ୍ଷକଙ୍କୁ ପୁରସ୍କାର ଦିଆଗଲା ନାହିଁ। ତେଣୁ ସେମାନେ ବି ହାଇକୋର୍ଟର ଆଶ୍ରୟ ନେଲେ। ୨୦୧୯ରେ ପୁରସ୍କାର ପାଇଁ ମନୋନୀତ ଶିକ୍ଷକ ରବୀନ୍ଦ୍ରନାଥ ବେହେରା ସରକାରଙ୍କ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ କଲେ। ହାଇକୋର୍ଟ ଏହାର ଶୁଣାଣି କରି ୨୦୧୭ରେ ମନୋନୀତ ଶିକ୍ଷକଙ୍କୁ ତୁରନ୍ତ ପୁରସ୍କାର ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ। କିନ୍ତୁ ରାଜ୍ୟ ସରକାର ନା ସେମାନଙ୍କୁ ପୁରସ୍କାର ଦେଲେ ନା ନୂଆ ରିଜୋଲ୍ୟୁଶନ ଆଣି ଆବେଦନ ଗ୍ରହଣ କଲେ। ୨୦୧୮ ରୁ ୨୦୨୧ ପର୍ଯ୍ୟନ୍ତ କିଛି ହେଲା ନାହିଁ। ୪ବର୍ଷ ଶିକ୍ଷକ ପୁରସ୍କାର ବି ଦିଆଗଲା ନାହିଁ। ତେବେ ଗତବର୍ଷ ଏପ୍ରିଲ ୫ରେ ନୂଆ ରିଜୋଲ୍ୟୁଶନ ଅଣାଯିବା ସହ ୨୦୧୮ରୁ ୪ବର୍ଷ ପାଇଁ ଶିକ୍ଷକ ପୁରସ୍କାର ପାଇଁ ତାଲିକା ଦେବା ପାଇଁ ସବୁ ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଗଲା। ଏଥିସହିତ ୨୦୧୭ ପାଇଁ ମନୋନୀତ ଶିକ୍ଷକଙ୍କ ତାଲିକା ପଠାଇବାକୁ ମଧ୍ୟ କୁହାଗଲା। ଗତବର୍ଷ ସେପ୍ଟେମ୍ବର ୫ରେ ରାଜ୍ୟସ୍ତରୀୟ ଗୁରୁଦିବସ କାର୍ଯ୍ୟକ୍ରମରେ ପୁରସ୍କାର ଦିଆଯାଇଥାନ୍ତା। କିନ୍ତୁ ଅଧିକାଂଶ ଜିଲାରୁ ତାଲିକା ଆସି ନ ପାରିବାରୁ କୌଣସି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ହୋଇପାରିଲା ନାହିଁ। ଫଳରେ ୨୦୧୭ରୁ ମନୋନୀତ ୫୭ ଶିକ୍ଷକ ମଧ୍ୟ ପୁଣି ନିରାଶ ହେଲେ। ତେବେ ଚଳିତବର୍ଷ ସେହି ଶିକ୍ଷକଙ୍କୁ ପୁରସ୍କାର ଦେବା ପାଇଁ ବିଭାଗ ନିଷ୍ପତ୍ତି ନେଇଛି। ଆସନ୍ତା ଉତ୍କଳ ଦିବସରେ ଜିଲା ସ୍ତରରେ ସେମାନଙ୍କୁ ପୁରସ୍କାର ଦେବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି କରାଯାଇଛି। ଏହାକୁ ନେଇ ପୁଣି ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବ୍ୟାଙ୍କରୁ ସୁଭଦ୍ରା ଟଙ୍କା ନ ଉଠାଇଲେ ସରକାର…’, ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ସୁଭଦ୍ରାକୁ ନେଇ ଭ୍ରମିତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ସୁଭଦ୍ରାକୁ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି, ଭ୍ରମିତ ହୁଅନ୍ତୁନି।...

ଭରତପୁର ଥାନା ଘଟଣା: ସାମ୍ନାକୁ ଆସିଲା ବଡ଼ ପ୍ରମାଣ , କ’ଣ ହୋଇଥିଲା ସେ ରାତିରେ… 

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଦନ ଗଡ଼ିବା ସହ ନୂଆନୂଆ ତଥ୍ୟ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ନବୀନଙ୍କ କଥାରେ ଚିହିଁକି ଉଠିଲେ ସୁରେଶ ପୂଜାରୀ: କହିଲେ ଶହେ ଦିନର ସରକାରକୁ…

ଭୁବନେଶ୍ୱର,୨୦।୯: ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri