Advertisement

୫ ବର୍ଷ ପରେ ଆସିଲା ନାବାଳିକ ବଳାତ୍କାର ମାମଲାର ରାୟ

ଭବାନୀପାଟଣା,୯ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଞ୍ଚଳରେ ୨୦୧୯ରେ ହୋଇଥିବା ଜଣେ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଭବାନୀପାଟଣାସ୍ଥିତ ଜିଲା ପୋକ୍ସୋ କୋର୍ଟର ସ୍ବତନ୍ତ୍ର ବିଚାରପତି ସ୍ମୃତିଲେଖା ବାରିକ ମାମଲାର ୧୬ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ ପୂର୍ଣଚନ୍ଦ୍ର ଓରଫ ପ୍ରଭାତ ଛତ୍ରିଆ (୨୩)ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ ଜେଲଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା କରିଛନ୍ତି।

ସେହିପରି ପୀଡିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କଳାହାଣ୍ଡି ଡିଏଲ୍‌ଏସ୍‌ଏଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାବାଳିକାଙ୍କୁ ଘରୁ ଅପହରଣ କରିନେଇ ରାୟଗଡା ଓ ପରେ ବିଶାଖାପାଟଣାରେ ରଖିଥିଲେ। ଏହି ସମୟରେ ସେ ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ଗତ ୭ ଜାନୁୟାରୀ ୨୦୧୯ରେ ପୀଡିତାଙ୍କ ବାପା ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରୋହିତ କୁମାର ମିଶ୍ର ପରିଚାଳନା କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share