ଦୀର୍ଘ ୬ ମାସ ପରେ କମ୍ ହେଲା ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୨ ।୧୨: ଦେଶରେ ପାଖାପାଖି ୬ ମାସ ପରେ ୨୪ ଘଣ୍ଟାରେ ନୂଆ କରୋନା ସଂକ୍ରମିତଙ୍କ ସଖ୍ୟା ୨୦ ହଜାର ତଳେ ରହିଛି । ସେହିପରି ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ୩ଲକ୍ଷରୁୁ କମ୍ ହୋଇଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସକାଳ ୮ଟା ସୁଦ୍ଧା ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୧୯,୫୫୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ନେଇ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୦,୭୫,୧୧୬ରେ ପହଞ୍ଚିଛି । ଏହାସହ ଗତ ୨୪ ଘଣ୍ଟାରେ ୩୦୧ ଜଣଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ସଂଖ୍ୟା ୧,୪୬,୧୧ରେ ପହଞ୍ଚିଛି । ଅନ୍ୟପଟେ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୬.୬୫ରେ ପହଞ୍ଚିଛି । ଆଗାମୀ ଦିନରେ ସଂକ୍ରମଣ ସଂଖ୍ୟା ଆହୁରି କମିବ ବୋଲି ଆଶା କରାଯାଉଛି ।

Share