୬ ବର୍ଷ ପରେ ପୁଣି ଜାହ୍ନବୀ, ଇଶାନଙ୍କ ଯୋଡ଼ି

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଇଶାନ ଖଟ୍ଟର ଶେଷ ଥର ପାଇଁ ୨୦୧୮ରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ‘ଧଡକ୍‌’ ଫିଲ୍ମରେ ନଜରକୁ ଆସିଥିଲେ। ତେବେ ୬ ବର୍ଷ ପରେ ପୁଣିଥରେ ଏକ ବଡ଼ ପ୍ରୋଜେକ୍ଟରେ ଉଭୟଙ୍କୁ ଏକାଠି ଅଭିନୟ କରୁଥିବାର ଦେଖିବାକୁ ମିଳିବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। କରନ୍‌ ଜୋହରଙ୍କ ଧର୍ମା ପ୍ରଡକ୍ସନର ବ୍ୟାନରରେ ଏହି ଫିଲ୍ମର ନିର୍ମାଣ ହେବାକୁ ଥିବାବେଳେ ନୀରଜ ଘେୱାନ ଏହାର ନିର୍ଦ୍ଦେଶନା ଦେବେ। ସୂତ୍ର ଅନୁଯାୟୀ, ଯେତେବେଳେ କରନ୍‌ ଏବଂ ନୀରଜ ଜାହ୍ନବୀଙ୍କୁ ଏହି ଫିଲ୍ମରେ ଅଭିନୟ କରିବାକୁ ଅଫର ଦେଇଥିଲେ, ସେ ତୁରନ୍ତ ଏହାକୁ ଗ୍ରହଣ କରିଥିଲେ। ଜାହ୍ନବୀ ତାଙ୍କର ପ୍ରଥମ ସହତାରକା ଇଶାନଙ୍କ ସହ ପୁନର୍ବାର କାମ କରିବାକୁ ବେଶ୍‌ ଉତ୍ସାହିତ ଥିବା ନେଇ ରିପୋର୍ଟରେ କୁହାଯାଇଛି।
ଜୋହରଙ୍କ ଏହି ବିଗ୍‌ ପ୍ରୋଜେକ୍ଟରେ ୨ ଜଣ ଅଭିନେତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏଥିପାଇଁ ଇଶାନଙ୍କ ସହ ଆଉ ଜଣେ ଅଭିନେତାଙ୍କ ସହ ମଧ୍ୟ ଆଲୋଚନା ଚାଲିଛି। ତେବେ ଉକ୍ତ ଅଭିନେତାଙ୍କ ନାମ ପ୍ରକାଶ ପାଇନାହିଁ। ଫିଲ୍ମର କାହାଣୀ ୨ ସାଙ୍ଗଙ୍କ ଜୀବନୀ ଉପରେ ଆଧାରିତ ରହିବ। ତେବେ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ମୁକ୍ତିଲାଭ କରିବ ବୋଲି ରିପୋର୍ଟରେ କୁହାଯାଇଛି। ସମ୍ପ୍ରତି ଜାହ୍ନବୀ ସାଉଥ୍‌ ଷ୍ଟାର ଜୁନିୟର ଏନ୍‌ଟିଆର ଏବଂ ଅଭିନେତା ସୈଫ୍‌ ଅଲି ଖାନ୍‌ଙ୍କ ସହ ‘ଦେବରା: ପାର୍ଟ-୧’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ର ସହ ସେ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମଟି ଆସନ୍ତା ୨୭ ତାରିଖରେ ମୁକ୍ତିଲାଭ କରିବ। ସେହିପରି ଇଶାନ ନେଟ୍‌ଫ୍ଲିକ୍ସ ସିରିଜ୍‌ ‘ଦି ପର୍‌ଫେକ୍ଟ କପଲ୍‌’ ସହ ହଲିଉଡରେ ଡେବ୍ୟୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିନ୍ଦା କରିବା ପରିବର୍ତ୍ତେ ଭାରତକୁ ପ୍ରମାଣ ମାଗିଲେ ଶାହିଦ ଆଫ୍ରିଦି, ବୟାନ ଶୁଣିଲେ…

ଇସଲାମାବାଦ,୨୭।୪: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହାକୁ ନେଇ ଚାରିଆଡେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ପାକିସ୍ତାନ...

ମାନିଲା ରୁଷିଆ,ୟୁକ୍ରେନ ଯୁଦ୍ଧରେ ଲଢୁଛନ୍ତି ଦକ୍ଷିଣ କୋରିଆ ସୈନିକ, ପ୍ରଶଂସାରେ ପୋତିଲା…

ମସ୍କୋ,୨୭।୪: ଶେଷରେ ମାନିଲା ରୁଷିଆ। ୟୁକ୍ରେନ ଯୁଦ୍ଧରେ ଉତ୍ତର କୋରିଆର ସୈନ୍ୟଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ବୋଲି ରୁଷିଆ ପ୍ରଥମ ଥର ପାଇଁ ନିଶ୍ଚିତ କରିଛି।...

ଗଣମାଧ୍ୟମ ଉପରେ ଲାଗୁ ହେଲା ପ୍ରସାରଣ କଟକଣା, ସୈନ୍ୟ ଗତିବିଧିର ସିଧା ପ୍ରସାରଣରୁ ଦୂରେଇ ରୁହ

ନୂଆଦିଲ୍ଲୀ,୨୭।୪: ଆତଙ୍କବାଦୀ ନିରୋଧୀ ଅଭିଯାନ, ଜାତୀୟ ସୁରକ୍ଷା ସ୍ବାର୍ଥରେ ସୁରକ୍ଷାବଳର ଗତିବିଧି ଆଦିର ସିଧା ପ୍ରସାରଣଠାରୁ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକ ଦୂରେଇ ରହିବା ପାଇଁ ସୂଚନା ଓ...

Pahalgam Attack: ସମ୍ପୃକ୍ତ ୨ ଆାତଙ୍କବାଦୀଙ୍କ ଘର ଧ୍ୱଂସ କରିଦେଲା ଭାରତୀୟ ସେନା

ଶ୍ରୀନଗର,୨୭।୪: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ କଶ୍ମୀରରେ ଥିବା ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକମାନଙ୍କୁ ଧରିବା ପାଇଁ ବ୍ୟାପକ ଚଢ଼ାଉ ଜାରି ରହିଛି। କେତେଜଣ ଆତଙ୍କବାଦୀଙ୍କ...

ଅଡୁଆରେ ରେହମାନ, ନୋଟିସ ପରେ ୨ କୋଟି ଟଙ୍କାର ଜରିମାନା ଲଗାଇଲେ ହାଇକୋର୍ଟ

ମୁମ୍ବାଇ: ନୂଆ ଅଡ଼ୁଆରେ ଫସିଛନ୍ତି ଖ୍ୟାତନାମା ସଂଗୀତକାର ଏ ଆର୍‌ ରେହମାନ। ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଦୁଇ ବର୍ଷ ପୁରୁଣା ଫିଲ୍ମ ‘ପୋନ୍ନିୟିନ ସେଲଭନ ୨’ରେ...

Passport Apply: ଅନ୍‌ଲାଇନ୍‌ରେ ପାସପୋର୍ଟ ପାଇଁ କିଭଳି କରିବେ ଆବେଦନ? କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିର ଡିଜିଟାଲ ଯୁଗରେ, ପାସପୋର୍ଟ କରିବା ବହୁତ ସହଜ ହୋଇଯାଇଛି। କାରଣ ଜଣେ ଘରେ ବସି ଅନଲାଇନ୍‌ରେ ପାସପୋର୍ଟ ପାଇଁ ଆବେଦନ କରିପାରିବେ। ଏଠାରେ...

MEAର ସ୍ପଷ୍ଟିକରଣ, ବୈଧ ରହିବ ଦୀର୍ଘକାଳିନ ଭିଜା

ନୂଆଦିଲ୍ଲୀ,୨୬।୪: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଗୁରୁବାର ସ୍ପଷ୍ଟ କରିଛି ଯେ ପାକିସ୍ତାନୀ ନାଗରିକଙ୍କ ପାଇଁ ସମ୍ପ୍ରତି ଭିଜା ସେବା ସ୍ଥଗିତ କରାଯିବା ସତ୍ତ୍ୱେ ହିନ୍ଦୁ...

White Houseରେ ତୁତୁମେମେ ପରେ ପ୍ରଥମ ଥର ଭେଟିଲେ ଟ୍ରମ୍ପ-ଜେଲନସ୍କି, କ’ଣ କଥାହେଲେ ଜାଣନ୍ତୁ…

ଭାଟିକାନ ସିଟି,୨୬।୪: ଖ୍ରୀଷ୍ଟିଆନ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ସାରା ବିଶ୍ୱରୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପହଞ୍ଚିଥିଲେ। ଶନିବାର ଭାଟିକାନ ସିଟିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image