୭ ଦଶନ୍ଧି ପରେ ଗାଁରେ ଲାଗିଲା ଷ୍ଟ୍ରିଟ୍‌ ଲାଇଟ୍‌

ଦଶମନ୍ତପୁର,୨୦ା୧୦(ଅରବିନ୍ଦ ନାୟକ): ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ରୂପେ ନିର୍ବାଚିତ ହେବା ପରେ ଜଣେ ସରପଞ୍ଚ ଭୋଟ ସମୟରେ ପଞ୍ଚାୟତବାୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି। ଦୀର୍ଘ ୭ ଦଶନ୍ଧି ୭୦ ବର୍ଷ ଧରି ଷ୍ଟ୍ରିଟ୍‌ ଲାଇଟ୍‌ ଏକ ଗ୍ରାମରେ ସେ ଷ୍ଟ୍ରିଟ୍‌ ଲଗାଇ ଲୋକଙ୍କ ବିଶ୍ୱାସଭାଜନ ହୋଇଛନ୍ତି। ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତର ଲରେଶ ଗ୍ରାମରେ। ସରପଞ୍ଚ ନବୀନ ମୁଦୁଲି ଗ୍ରାମରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ସହ କେତେଜଣ ବୃଦ୍ଧାବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ କରାଇ ଦେଇଛନ୍ତି। ଏହି ଗ୍ରାମରେ ୩୫ ପରିବାର ବସବାସ କରନ୍ତି। ଦୀର୍ଘ ୭ ଦଶନ୍ଧି ହେଲା ଗମନାଗମନ ପାଇଁ ପକ୍କାରାସ୍ତା, ପିଇବାକୁ ବିଶୁଦ୍ଧ ପାନୀୟ ଜଳ ଏବଂ ଷ୍ଟ୍ରିଟ୍‌ ଲାଇଟ୍‌ କି ବିଦ୍ୟୁତ୍‌ ଆଲୁଅ ଗ୍ରାମବାସୀଙ୍କ ପାଇଥଁ ସ୍ବପ୍ନ ଥିଲା। ଏନେଇ ଗ୍ରାମବାସୀ ବହୁବାର ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ। ମାତ୍ର ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିଲା। ୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ସରପଞ୍ଚ ମୁଦୁଲି ଲରେଶ ଗ୍ରାମକୁ ଯାଇଥିଲେ। ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଅନୁସାରେ ଏବେ ସେ ଗ୍ରାମକୁ ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା କରି ନିଜ କଥା ରଖିଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ଗ୍ରାମକୁ ପାନୀୟ ଜଳ, ଗମନାଗମନ ପାଇଁ ପକ୍କା ରାସ୍ତା ନ କଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri