Categories: ଖେଳ

୭ ବର୍ଷ ପରେ ପ୍ରଥମ ଭାରତୀୟ ଭାବେ ୟୁଏସ୍‌ ଓପନ୍‌ରେ ମ୍ୟାଚ୍‌ ଜିତିଲେ ସୁମିତ୍‌

ନୂଆଦିଲ୍ଲୀ, ୨।୯: ଭାରତୀୟ ପୁରୁଷ ଟେନିସ ଖେଳାଳି ସୁନିତ୍‌ ନାଗଲ ସମ୍ମାନଜନକ ୟୁଏସ୍‌ ଓପନ୍‌ ପ୍ରତିଯୋଗିତାରେ ଦମ୍‌ଦାର ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ୨୩ ବର୍ଷୀୟ ସୁମିତ୍‌ ୬-୧, ୬-୩, ୩-୬, ୬-୧ ସେଟ୍‌ରେ ଘରୋଇ ଆମେରିକୀୟ ଖେଳାଳି ବ୍ରାଡ୍‌ଲୀ କ୍ଲାନଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ତାଙ୍କୁ ୨ ଘଣ୍ଟା ୧୨ ମିନିଟ୍‌ ସମୟ ଲାଗିଥିଲା।

ଏଥିସହ ସୁମିତ୍‌ ତାଙ୍କ କ୍ୟାରିୟରରେ ପ୍ରଥମଥର ଲାଗି କୌଣସି ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାରେ ଏକ ମ୍ୟାଚ୍‌ ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି। ସେହିଭଳି ୭ ବର୍ଷ ପରେ ପ୍ରଥମ ଭାରତୀୟ ଖେଳାଳି ଭାବେ ସେ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଏକ ମ୍ୟାଚ୍‌ ଜିତିବାର ସଫଳତା ପାଇଛନ୍ତି। ଏଥିପୂର୍ବରୁ ଶେଷ ଭାରତୀୟ ଖେଳାଳି ଭାବେ ସୋମଦେବ ଦେବବର୍ମନ ୨୦୧୩ରେ ୟୁଏସ୍‌ ଓପନ୍‌ ପୁରୁଷ ସିଙ୍ଗଲ୍ସରେ ଏକ ମ୍ୟାଚ୍‌ ଜିତିଥିଲେ। ଦ୍ୱିତୀୟ ରାଉଣ୍ଡରେ ସୁମିତ୍‌ଙ୍କ ମୁକାବିଲା ଡୋମିନିକ୍‌ ଥିମଙ୍କ ସହ ହେବ।

Share