ସ୍ୱାଧୀନତାର ୭୬ ବର୍ଷ ପରେ ଦେଶର ସାକ୍ଷରତା ହାର ୮୦ ପ୍ରତିଶତ ବୃଦ୍ଧି ପାଇଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୭ା୨: ୧୯୪୭ ମସିହାରେ ଦେଶରେ ସାକ୍ଷରତା ହାର ମାତ୍ର ୨୦ ପ୍ରତିଶତ ଥିବା ବେଳେ ସ୍ୱାଧୀନତାର ୭୬ ବର୍ଷ ପରେ ଏହି ହାର ପ୍ରାୟ ୮୦ ପ୍ରତିଶତକୁ ବୃଦ୍ଧି ପାଇଛି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀ ଠାରେ ଜାତୀୟ ବାଲ୍ ଭବନରେ ଦୁଇଦିନିଆ ‘ଉଲ୍ଲାସ ମେଳା’କୁ ଉଦଘାଟନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଶତ ପ୍ରତିଶତ ସାକ୍ଷରତା ହେଉଛି ବିକଶିତ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ।

ଶିକ୍ଷା ମନ୍ତ୍ରଣାଳୟ ଉଲ୍ଲାସ ମାଧ୍ୟମରେ ନିରକ୍ଷର ଭାଇ ଭଉଣୀମାନଙ୍କୁ ଶବ୍ଦ ଓ ପରିସଂଖ୍ୟାନ ଜ୍ଞାନ ସହିତ ସାଧାରଣ ଆବଶ୍ୟକତା ସମ୍ବନ୍ଧୀୟ ସମସ୍ତ ବିଷୟରେ ଦକ୍ଷ କରି ସେମାନଙ୍କ ଜୀବନରେ ନୂଆ ରଙ୍ଗ ଭରୁଛି । ‘ଉଲ୍ଲାସ’ ଭଳି ପଦକ୍ଷେପକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ହେବ । ଆସନ୍ତା ଜନଗଣନା ପୂର୍ବରୁ ଦେଶରେ ଶତ-ପ୍ରତିଶତ ନାଗରିକ ସାକ୍ଷର ଏବଂ ସକ୍ଷମ ହୁଅନ୍ତୁ, ଏହି ଚ୍ୟାଲେଞ୍ଜକୁ ନେଇ ଆଗକୁ ବଢିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଦେଶର ବିଦ୍ୟାର୍ଥୀ ମଧ୍ୟ ଏହି ଅଭିଯାନରେ ଭାଗିଦାର ହୋଇପାରିବେ। ନ୍ୟୁ କ୍ରେଡିଟ୍ଆ ର୍କିଟେକଚର୍ ଅଧୀନରେ ଯେଉଁ ବିଦ୍ୟାର୍ଥୀ ଯେତେଜଣ ବ୍ୟକ୍ତିଙ୍କୁ ସାକ୍ଷର କରାଇବେ ସେମାନଙ୍କୁ ସେହି ତୁଳନାରେ କ୍ରେଡିଟ୍ ପଏଣ୍ଟ ଦିଆଯିବ। ଏହା ସେମାନଙ୍କ କ୍ୟାରିୟର ଅଭିବୃଦ୍ଧିରେ ସହାୟକ ହେବ ବୋଲି ପ୍ରଧାନ କହିଛନ୍ତି।

Share