୮୧ ଦିନ ପରେ ୬୦ ହଜାର ତଳକୁ ଖସିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…

ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍‌ଡାଉନ୍‌ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ୮୧ ଦିନ ପରେ ଦେଶରେ ନୂଆ ଆକାନ୍ତଙ୍କ ସଂଖ୍ୟା ୬୦ ହଜାରରୁ କମ୍‌ ରହିଛି। ପୂର୍ବରୁ ମାର୍ଚ୍ଚ ୩୦ରେ ସମାନ ସ୍ଥିିତି ଥିଲା। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୮ ହଜାର ୪୧୯ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୧,୫୭୬ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୮୭ ହଜାର ୬୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୭ ଲକ୍ଷ ୨୯ ହଜାର ୨୪୩ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୭ କୋଟି ୬୬ ଲକ୍ଷ ୯୩ ହଜାର ୫୭୨ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୯ କୋଟି ୧୦ ଲକ୍ଷ ୧୯ ହଜାର ୮୩ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।

Share