୯ ବର୍ଷ ପରେ ପରଦାକୁ ଆସିବେ ଏହି ଯୋଡ଼ି

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ ଏବଂ ଫରାହ ଖାନ କେବଳ ବ୍ୟକ୍ତିଗତ ନୁହନ୍ତି, ବୃତ୍ତିଗତ ଭାବରେ ମଧ୍ୟ ଦୁହିଁଙ୍କ ଭିତରେ ଭଲ କେମିଷ୍ଟ୍ରି ରହିଛି। ଏହି ଯୋଡ଼ି ‘ମୈ ହୁଁ ନା’, ‘ଓମ୍‌ ଶାନ୍ତି ଓମ୍‌’ ଏବଂ ‘ହ୍ୟାପି ନ୍ୟୁ ଇୟର’ ପରି ଫିଲ୍ମରେ ଏକାଠି କାମ କରିଛନ୍ତି। ୨୦୧୪ରେ ‘ହ୍ୟାପି ନ୍ୟୁ ଇୟର’ ଫିଲ୍ମରେ ଉଭୟଙ୍କ ଯୋଡ଼ି ଦେଖିବାକୁ ମିଳିଥିଲା। ସେବେଠାରୁ ପ୍ରଶଂସକମାନେ ଏହି ଯୋଡ଼ିଙ୍କୁ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ବର୍ତ୍ତମାନ ପ୍ରଶଂସକଙ୍କ ଏହି ଅପେକ୍ଷା ଶେଷ ହେବାକୁ ଯାଉଛି। ଖବର ଅନୁଯାୟୀ, ଶାହାରୁଖ ଏବଂ ଫରାହ ୯ ବର୍ଷ ପରେ ପୁଣି ଏକାଠି ପରଦାକୁ ଆସିବେ।

ଏହି ପ୍ରୋଜେକ୍ଟ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ଶାହାରୁଖ-ଫରାହ ନିର୍ମାତା ଏବଂ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବେ। ଫରାହ ଶାହାରୁଖଙ୍କ ସହ ଏକ ଦମ୍‌ଦାର ଫିଲ୍ମ କରିବାକୁ ଯୋଜନା କରୁଛନ୍ତି ଏବଂ ଶାହାରୁଖ ମଧ୍ୟ ଏଥିରେ ସହମତ ଅଛନ୍ତି ବୋଲି ମିଡିଆ ସୂତ୍ରରୁ ଜଣାପଡ଼ିଛି।

Share