ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନମ୍ କପୁର କିଛି ବର୍ଷର ବ୍ରେକ୍ ପରେ ପୁଣି ଅଭିନୟ ଜଗତକୁ ଫେରିଛନ୍ତି। ଜିଓ ସିନେମାରେ କ୍ରାଇମ୍ ଡ୍ରାମା ‘ବ୍ଲାଇଣ୍ଡ’ ଜରିଆରେ ସେ ତାଙ୍କ ଡିଜିଟାଲ ଫ୍ଲାଟ୍ଫର୍ମ ଡେବ୍ୟୁ କରିବାକୁ ଯାଉଛନ୍ତି। ‘ବ୍ଲାଇଣ୍ଡ’ ହେଉଛି ୨୦୧୧ କୋରିଆନ ଫିଲ୍ମର ରିମେକ୍। ଏଥିରେ ସୋନମ୍ଙ୍କ ସହିତ ପୁରବ୍ କୋହଲି, ବିନୟ ପାଠକ୍, ଲିଲେଟି ଦୁବେ ଏବଂ ଶୁଭମ୍ ସରଫ୍ ନଜରକୁ ଆସିବେ। ‘ବ୍ଲାଇଣ୍ଡ’ ପୋଲିସ ଅଫିସରମାନେ ସିରିଏଲ କିଲରଙ୍କୁ ଖୋଜୁଥିବା ଦେଖିବାକୁ ମିଳିବ। ଜୁଲାଇ ୭ରେ ଏହା ଜିଓ ସିନେମାରେ ରିଲିଜ୍ ହେବ। ଏହାର ପ୍ରସାରଣ ମାଗଣା ରହିଛି। ତେବେ ସୋନମ୍ଙ୍କୁ ଶେଷଥର ପାଇଁ ୨୦୨୦ରେ ଫିଲ୍ମ ‘ଏକ୍ ବନାମ ଏକ୍’ରେ ଦେଖିବାକୁ ମିଳିଥିଲା। ସେ ଏଥିସହ ଅନେକ ମ୍ୟୁଜିକ୍ ଭିଡିଓରେ ମଧ୍ୟ ନଜରକୁ ଆସିଛନ୍ତି। ସୋନମ୍ ଏବଂ ସ୍ବାମୀ ଆନନ୍ଦ ଆହୁଜାଙ୍କୁ ତାଙ୍କ ୧୦ ମାସର ପୁଅ ସହ ନିକଟରେ ଲଣ୍ଡନର ଏକ ଗ୍ରାଉଣ୍ଡରେ ଖେଳୁଥିବା ନଜରକୁ ଆସିଛନ୍ତି। ଏହାର ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।