ଶୁବମ।ନ ଗିଲ୍‌ଙ୍କୁ ଡେଟ୍‌ ପରେ, ମ୍ୟାରେଜ୍‌ ପ୍ଲାନ୍‌କୁ ନେଇ ସାରା କହିଲେ ଏପରି କଥା…

ମୁମ୍ବାଇ:ବଲିଉଡ ଆକ୍ଟ୍ରେସ ସାରା ଅଲ୍ଲୀ ଖାନ୍‌ ତାଙ୍କ ଫିଲ୍ମ ଜରା ହଟକେ ଜରା ବଚକେକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ୍‌ କରିବାରେ ଲାଗିଛି। ତେବେ ସାରା ପ୍ରଫେଶନାଲ ଲାଇଫ୍‌ ପରି ପର୍ଶନାଲ ଲାଇଫ୍‌ରେ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ସେ ଲୋକପ୍ରିୟ କ୍ରିକେଟର୍‌ ଶୁବମ।ନ ଗିଲ୍‌ଙ୍କ ଡେଟ୍‌ କରୁଛନ୍ତି ବୋଲି ଶୁଣିବାକୁ ମିଳିଛି। ଦୁହିଁଙ୍କୁ ଅନେକ ସ୍ଥାନରେ ଡିନର୍‌ କରୁଥିବାର ସ୍ପଟ୍‌ କରାଯାଇଛି। ହେଲେ ଦୁହେଁ ଏନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

ଇଣ୍ଡିଆ ଟୁଡେର ସାକ୍ଷାତକାରରେ ସାରାଙ୍କୁ ଏନେଇ ପ୍ରଶ୍ନ ପଚରାଯାଇଥିଲା। ତାଙ୍କୁ କୁହାଯାଇଥିଲା, ତାଙ୍କ ଜେଜେ ମାଆ କ୍ରିକେଟର୍‌ ମଂସୁର ଅଲ୍ଲୀ ଖାନ୍‌ଙ୍କୁ ବିବାହ କରିଥିବାବେଳେ ସାରା କ’ଣ ଜଣେ କ୍ରିକେଟର୍‌ଙ୍କୁ ବିବାହ କରିବେ। ତେବେ ଏହାର ଉତ୍ତରରେ ସାରା କହିଛନ୍ତି, ତାଙ୍କ ପାଇଁ ତାଙ୍କ ପାର୍ଟନରର ପ୍ରଫେଶନାଲ ଗୁରୁତ୍ୱ ରଖେ ନାହିଁ। ସେ ଯିଏ ବି ହେଇଥାଉ ନା କାହିଁକି ତାଙ୍କ ସହ ମୋର ମେଣ୍ଟାଲି ଏବଂ ଇଣ୍ଟେଲେକଚୁଆଲି ମ୍ୟାଚ୍‌ ହେଉଥିବା ଦରକାର।

Share