ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଅନେକ ଦିନ ହେବ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ନିକଟରେ ସେ ଜଣେ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାପରେ ଦୀପିକାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇପଡ଼ିଛନ୍ତି।
ଡ୍ରଗ୍ସ କାରବାରରେ ଫସିବା ପରେ ଦୀପିକା ଇଣ୍ଟରନେଟ୍ରୁ ଦୂରେଇ ଯାଇଥିଲେ। ସୁଶାନ୍ତ ସିଂହ ରାଜପୁତ କେସ୍ରେ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ଏନ୍ସିବି କେତେକ ଅଭିନେତ୍ରୀଙ୍କୁ ସମନ ଜାରି କରିଥିଲା। ହ୍ବାଟ୍ସ୍ଆପ୍ ଚାଟ୍ ସାମ୍ନାକୁ ଆସିବା ପରେ ଏନ୍ସିବି ପଚରାଉଚରା ପାଇଁ ମଧ୍ୟ ଡକାଇଥିଲା। ସେହି ସମୟରୁ ଦୀପିକା ସୋସିଆଲ ମିଡିଆରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇଥିଲେ। ଲମ୍ବା ସମୟ ପରେ ଏବେ ସେ ପୁଣିଥରେ ସୋସିଆଲ ମିଡିଆକୁ ଫେରିଛନ୍ତି। ସେ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ସେ ପ୍ରଭାସଙ୍କର ଏକ ଫଟୋ ଶେୟାର କରି ଲେଖିଛନ୍ତି, ଆପଣ ସବୁବେଳେ ସୁସ୍ଥ ଏବଂ ଖୁସି ରୁହନ୍ତୁ। ଆଶା କରୁଛି ଚଳିତ ବର୍ଷ ଆପଣଙ୍କ ପାଇଁ ବହୁତ ଭଲ ରହୁ।