ସାଧାରଣତଃ ହଂସ ପକ୍ଷୀ ପ୍ରେମ ଏବଂ ଶୁଦ୍ଧତାର ପ୍ରତୀକ ବୋଲି କୁହାଯାଏ। ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ସେମାନଙ୍କ ସମ୍ବନ୍ଧୀୟ କିଛି ଫଟୋ କିମ୍ବା ଭିଡିଓ ପୂର୍ବରୁ ଦେଖିଥିବେ। ମାତ୍ର ଏବେ ଯେଉଁ ଦୁଇଟି ହଂସର ଭିଡିଓ ଭାଇରାଲ ହେଉଛି, ତାହା ଦେଖିଲେ ଆଖିରେ ଲୁହ ଆସିଯିବ।
ଦୀର୍ଘଦିନ ଧରି ଦୁଇଟି ହଂସ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ସେମାନେ ପୁଣି ଥରେ ଏକାଠି ହେବା ପରେ କେମିତି ଖୁସିରେ ବିଭୋର ହେଉଛନ୍ତି ଭିଡିଓରେ ଦେଖିବାକୁ ମଳିଛି।
Swans reuniting for the first time after weeks apart.. 😊 pic.twitter.com/Uzpi8tjt4i
— Buitengebieden (@buitengebieden) July 15, 2022
@buitengebieden ନାମକ ଏକ ଟୁଇଟର ପେଜ୍ରେ ଭିଡିଓଟି ଶେୟାର କରାଯାଇଛି। ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି ଏକ ବ୍ୟାଗ୍ ଭିତରେ ଥିବା ହଂସକୁ ମୁକ୍ତ କରୁଥିବା ଦେଖିବାକୁ ମିଳିଛି। ହଂସ ସବୁବେଳେ ନିଜ ସାଥୀ ସହିତ ରହିବାକୁ ଭଲ ପାଏ। ଯେତେବେଳେ ଏକ ହଂସଟି ବ୍ୟାଗ୍ ଭିତରୁ ମୁକ୍ତ ହେଲା ସିଧା ତା’ର ସାଥୀ ହଂସ ନିକଟକୁ ଚାଲିଲା। ପରେ ଉଭୟ ପରସ୍ପର ପ୍ରତି ପ୍ରେମ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ପ୍ରଥମେ ଦୁହେଁ ଦୁହିଁଙ୍କ ମୁହଁ ଲଗାଇଥିଲେ। ପରେ ପାଣିରେ ଆରାମରେ ପହଁରିଥିଲେ। ୟୁଜରମାନେ ଏହି ଭିଡିଓକୁ ଖୁବ୍ ପସନ୍ଦ କରିଛନ୍ତି। ପ୍ରାୟ ୨ ଲକ୍ଷ ଲୋକ ଏହି ଭିଡିଓକୁ ଦେଖିସାରିଥିବା ବେଳେ ୧୩ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଅନେକ ୟୁଜର କମେଣ୍ଟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏହି ସୁନ୍ଦର ପକ୍ଷୀମାନଙ୍କୁ କିଏ ଅଲଗା କଲା। ଆଉ ଜଣେ ୟୁଜର କହିଛନ୍ତି, ବ୍ୟାଗରେ ଥିବା ହଂସଟି ନିଶ୍ଚୟ ଆଘାତପ୍ରାପ୍ତ କିମ୍ବା ଅସୁସ୍ଥ ହୋଇଥିବ। ସେହିପରି ଆଉ ଜଣେ ୟୁଜର କହିଛନ୍ତି, ହଂସଙ୍କ ପ୍ରେମ ହେଉଛି ପ୍ରକୃତ ପ୍ରେମ।