ଦେଢ଼ ମାସ ପରେ ପେଟ ଭିତରେ ରହିବ ଖାଦ୍ୟନଳୀ

ବ୍ରହ୍ମପୁର ଅଫିସ,୨୩ା୮:ଗଞ୍ଜାମ ଜିଲା ବୁଗୁଡ଼ା ଅଞ୍ଚଳର କୃଷ୍ଣଚନ୍ଦ୍ର ରାଉତ ଗୁଜରାଟର ସୁରଟରେ କାମ କରନ୍ତି। ୨ ସପ୍ତାହ ତଳେ ସେଠାରେ ତାଙ୍କ ସହିତ କେତେଜଣ ନିଶାସକ୍ତ ବ୍ୟକ୍ତିଙ୍କର ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନେ କୃଷ୍ଣଙ୍କ ମଳଦ୍ୱାରରେ ଏକ ଷ୍ଟିଲ୍‌ ଗ୍ଲାସ୍‌ ପୂରାଇ ଦେଇଥିଲେ। ଲୋକଲଜ୍ଜା ଭୟରେ ସେ ଘଟଣା ସମ୍ପର୍କରେ କାହାକୁ କିଛି ନ କହି ଗଁାକୁ ଫେରି ଆସିଥିଲେ। ଗ୍ଲାସ୍‌ଟି ପେଟ ଭିତରେ ଥିବାରୁ ଭୀଷଣ ଯନ୍ତ୍ରଣା ହୋଇଥିଲା। ସେ ବ୍ରହ୍ମପୁର ବଡ଼ମେଡିକାଲ ଯାଇ ପରୀକ୍ଷା କରାଇଥିଲେ। ଡାକ୍ତରୀ ଟିମ୍‌ ଶୁକ୍ରବାର ଅସ୍ତ୍ରୋପଚାର କରି ତାଙ୍କ ମଳଦ୍ୱାରରୁ ଗ୍ଲାସ ବାହାର କରିଛନ୍ତି। ତାଙ୍କର ଖାଦ୍ୟନଳୀ ଏବେ ପେଟ ବାହାରକୁ ବାହାର କରାଯାଇଛି। ସେ ଏବେ ଉକ୍ତ ନଳୀ ବାଟେ ଖାଦ୍ୟ ଖାଉଛନ୍ତି। ବର୍ତ୍ତମାନ ସେ ସର୍ଜରି ବିଭାଗର ୪୫୪ ନମ୍ବର ବେଡ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଦେଢ଼ମାସ ପରେ ବାହାରେ ଥିବା ଖାଦ୍ୟନଳୀକୁ ପେଟ ଭିତରେ ରଖାଯିବ ବୋଲି ଡାକ୍ତର ସ୍ବତୀସ୍ବରୂପ ପଟ୍ଟନାୟକ ସୂଚନା ଦେଇଛନ୍ତି। ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡା. ଚରଣ ପଣ୍ଡାଙ୍କ ନେତୃତ୍ୱରେ ଅନ୍ୟ ଡାକ୍ତରମାନେ ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ। ଏ ନେଇ ଥାନାରେ ଅଭିଯୋଗ କରାଯାଇ ନ ଥିବା କୃଷ୍ଣଙ୍କ ପରିବାର ଲୋକେ କହିଛନ୍ତି ା