ଦେଢ଼ବର୍ଷ ପରେ ଲୋକଙ୍କୁ ଗଲା ପିଏମ୍‌ଏଓ୍ବାଇ କାର୍ଯ୍ୟାଦେଶ

ଭୁବନେଶ୍ବର, ୨୧।୬(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ପୁଣି ଥରେ କାର୍ଯ୍ୟାଦେଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ପ୍ରାୟ ଦେଢ଼ବର୍ଷ ହେବ ରାଜ୍ୟରେ ବନ୍ଦ ଥିଲା। ଏହାକୁ ନେଇ ରାଜନୀତି ମଧ୍ୟ ଜୋର୍‌ ଧରିଥିଲା। ହେଲେ ସୋମବାରଠାରୁ ରାଜ୍ୟରେ ଥିବା ମୋଟ୍‌ ୯ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ଅନେକ ଜଣଙ୍କୁ ଗତ ସୋମବାରଠାରୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ତେବେ ଏହି ଯୋଜନାରେ ପ୍ରଥମ ଥର ଲାଗି ଅନ୍‌ଲାଇନ ଜରିଆରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି। ତେବେ ପାହାଡିଆ ଅଞ୍ଚଳରେ ରହୁଥିବା ହିତାଧିକାରୀଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କା ମିଳିବାକୁ ଥିବାବେଳେ ସମତଳ ଅଞ୍ଚଳରେ ରହୁଥିବା ହିତାଧିକାରୀଙ୍କୁ ଲକ୍ଷେ ୨୦ ହଜାର ମିଳିବ। ପାହାଡିଆ ଅଞ୍ଚଳର ହିତାଧିକାରୀଙ୍କୁ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା, ଦ୍ୱିତୀୟ କିସ୍ତିରେ ୬୫ହଜାର ଏବଂ ଗୃହନିର୍ମାଣ ଶେଷ ସହିତ ଶୌଚାଳୟ ନିର୍ମାଣ, ହିତାଧିକାରୀ ସେହି ନୂଆ ଘରେ ରହିବା ଆରମ୍ଭ କରିବା ପରେ ବାକି ୩ୟ କିସ୍ତି ୨୫ ହଜାର ଟଙ୍କା ମିଳିବ। ଏଭଳି ଭାବେ ମୋଟ ୧.୩୦ଲକ୍ଷ ଟଙ୍କା ପିଏମ୍‌ ଆବାସ ଯୋଜନାରେ ମିଳିବ। ଅନ୍ୟପଟେ ସମତଳ ଅଞ୍ଚଳ ଲାଗି ପ୍ରଥମ କିସ୍ତିରେ ୪୦ ହଜାର, ଦ୍ୱିତୀୟ କିସ୍ତିରେ ୬୫ ଏଭଂ ତୃତୀୟ କିସ୍ତିରେ ୧୫ ହଜାର ଟଙ୍କା ଦିଆଯିବ। ତେବେ ସୂଚନା ମୁତାବକ ଯେଉଁ ହିତାଧିକାରୀମାନଙ୍କ ତାଲିକାରେ ନାଁ ଅଛି ସେମାନଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରିଥିବା ଜଣେ ପଞ୍ଚାୟତିରାଜ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି। ଏହାଦ୍ୱାରା ଯେଉଁମାନେ ପ୍ରକୃତ ହିତାଧିକାରୀ ଏବଂ ବାତ୍ୟା ଫନୀ ଦ୍ୱାରା କ୍ଷତିଗ୍ରସ୍ତ ଏପରି ମୋଟ ୯ ଲକ୍ଷ ଲୋକଙ୍କୁ ମିଳିବ ବୋଲି ଅଧିକାରୀ ଜଣକ କହିଛନ୍ତି।
ଗ୍ରାମାଞ୍ଚଳ ଓ ବ୍ଲକସ୍ତରରେ ପିଏମ୍‌ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନଠାରୁ ଆରମ୍ଭକରି ବିଲ୍‌ ପ୍ରଦାନ ଆଦି କ୍ଷେତ୍ରରେ ଦୁର୍ନୀତି ଅଭିଯୋଗ ଆସିବା ତଥା କେନ୍ଦ୍ର ସରକାରଙ୍କ ତାଗିଦ ପରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ଅନ୍‌ଲାଇନରେ ପିଏମ୍‌ ଆବାସ ଘର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ଗତ ମେ’ ୩୦ ତାରିଖରେ ରାଜ୍ୟ ପଞ୍ଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନୀ ସମସ୍ତ ଜିଲାପାଳ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) ଓ ବିଡିଓଙ୍କୁ ଚିଠି ଲେଖି ପିଏମ୍‌ ଆବାସ(ଗ୍ରାମୀଣ) ଘରର କାର୍ଯ୍ୟାଦେଶ ହିତାଧିକାରୀଙ୍କୁ ଅନ୍‌ଲାଇନରେ ବଣ୍ଟନ କରାଯିବ ବୋଲି ସୂଚନା ଦେଇଥିଲେ। ରାଜ୍ୟର ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଛାତଘର ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ ଆବାସ)ରେ କେନ୍ଦ୍ର ସରକାର ୨୦୨୩ ଜାନୁୟାରରେ ମୋଟ ୯ଲକ୍ଷ ୫୯ହଜାର ୫୧୮ଟି ଘର ମଞ୍ଜୁର କରିଛନ୍ତି। ଯୋଗ୍ୟ ହିତାଧିକାରୀଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏକ ଲିଙ୍କ୍‌ ପଠାଯିବ ଯେଉଁଥିରେ ତାଙ୍କର କାର୍ଯ୍ୟାଦେଶ ମିଳିପାରୁଛି। ଏହାବ୍ୟତୀତ ହିତାଧିକାରୀ ଚାହିଁଲେ ରାଜ୍ୟ ସରକାରଙ୍କ ଗ୍ର୍ରାମାଞ୍ଚଳ ଗୃହନିର୍ମାଣ ପୋର୍ଟାଲକୁ ଯାଇ ନିଜର ପଞ୍ଜୀକୃତ ମୋବାଇଲ ନମ୍ବର ଓ ଆଧାର ନମ୍ବର ମାଧ୍ୟମରେ ଏହି କାର୍ଯ୍ୟାଦେଶ କାଢ଼ିପାରିବେ। ଉକ୍ତ କାର୍ଯ୍ୟାଦେଶରେ ଉଲ୍ଲେଖ କରାଯାଇଛି ହିତାଧିକାରୀ ନିଜର କାର୍ଯ୍ୟାଦେଶ ପାଇବାର ବର୍ଷକ ମଧ୍ୟରେ ଗୃହ ନିର୍ମାଣ ଶେଷ କରିବା ଆବଶ୍ୟକ। ଧାର୍ଯ୍ୟ ସମୟସୀମା ମଧ୍ୟରେ ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ ନ ହେଲେ ଦିଆଯାଇଥିବା କାର୍ଯ୍ୟାଦେଶକୁ ରଦ୍ଦ କରାଯିବ ଓ ପ୍ରଦାନ କରାଯାଇଥିବା ଅର୍ଥରାଶି ଆଦାୟ ନିମନ୍ତେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଓଡ଼ିଶାକୁ ୨୬.୫୧ଲକ୍ଷ ଘର ମଞ୍ଜୁର କରିସାରିଥିବାବେଳେ ୧୭.୧୪ଲକ୍ଷ ଗୃହ ନିର୍ମାଣ ଶେଷ ହୋଇସାରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଟ ୧୩ ଲକ୍ଷ ୭୮ ହଜାର ୨୪୯ ଜଣ ହିତାଧିକାରୀ ଘର ପାଇବା ନିମନ୍ତେ ଆବେଦନ କରିଥିଲେ। ମାତ୍ର ଯାଞ୍ଚ ପରେ ସରକାର ୩ ଲକ୍ଷ ୨୧ ହଜାର ୬୧୦ ଜଣ ଅଯୋଗ୍ୟ ଆବେଦନକାରୀଙ୍କୁ ବାଦ୍‌ ଦେଇଥିଲେ। ପରେ ସେଥିରୁ ୯ଲକ୍ଷ ୫୯ହଜାର ୫୧୮ଜଣଙ୍କୁ ଚିହ୍ନଟକରି ସେମାନଙ୍କୁ ଘର ନିର୍ମାଣ ପାଇଁ ୱାର୍କ ଅର୍ଡର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ୬ ଲକ୍ଷରୁ ଅଧିକ ଲୋକ ଭତ୍ତା ପାଇବାକୁ ଅପେକ୍ଷା କରିଛନ୍ତି: ମନ୍ତ୍ରୀ

ଭୁବନେଶ୍ୱର,୨୧ା୩: ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ଅଧୀନରେ ଓଡ଼ିଶାରେ ୬ ଲକ୍ଷରୁ ଅଧିକ ଲୋକ ଭତ୍ତା ଲାଭ ପାଇବାକୁ ଅପେକ୍ଷା କରିଛନ୍ତି। ସାମାଜିକ ସୁରକ୍ଷା ଏବଂ...

ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ା ବିମାନବନ୍ଦରରେ କ୍ରାଇମବ୍ରାଞ୍ଚର ଖୋଳତାଡ଼ ଆରମ୍ଭ

ଝାରସୁଗୁଡ଼ା,୨୧।୩: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଟିମ୍‌ ଶୁକ୍ରବାର ଚତୁର୍ଥ ଦିନରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ଖୋଳତାଡ଼ ଆରମ୍ଭ...

ବିଧାନସଭାକୁ ଫେରିଲେ ତାରା, କହିଲେ ପ୍ରତିବାଦ କେମିତି କରନ୍ତି ଏଥର…

ଭୁବନେଶ୍ୱର,୨୧ା୩: କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଇତିମଧ୍ୟରେ ପୁଣି ଥରେ ବିଧାନସଭାକୁ ଫେରିଛନ୍ତି। ୭ ଦିନର ନିଲମ୍ବନ ପରେ ତାରା ଶୁକ୍ରବାର ବିଧାନସଭାରେ ପହଞ୍ଚିଛନ୍ତି।...

ଅତିରିକ୍ତ ଜିଲାପାଳଙ୍କୁ ଭାଜପା ଜିଲା ସଭାପତିଙ୍କ ଦୁର୍ବ୍ୟବହାର ଅଭିଯୋଗ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଅତିରିକ୍ତ ଜିଲାପାଳ (ଏଡିଏମ୍‌) ନିହାର ରଞ୍ଜନ କହଁରଙ୍କୁ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ...

ବିଧାନସଭାରେ ଘଣ୍ଟା ବାଡେଇ, ତୂରୀ ଫୁଙ୍କି କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର,୨୧ା୩: ଶୁକ୍ରବାର ବିଧାନସଭା ଆରମ୍ଭରୁ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି।ନାରୀ ସୁରକ୍ଷା ପ୍ରସଙ୍ଗରେ ଘଣ୍ଟ ବାଡ଼େଇ କଂଗ୍ରେସର ଜୋରଦାର ପ୍ରତିବାଦ କରିଛି। କଲା ଡ୍ରେସ...

ଆଜି ତାଣ୍ଡବ ରଚିବ କାଳବୈଶାଖୀ, ବିଜୁଳି-ଘଡ଼ଘଡ଼ି ସହ ହେବ…

ଭୁବନେଶ୍ୱର,୨୧ା୩: ରାଜ୍ୟରେ ଶୁକ୍ରବାର କାଳବୈଶାଖୀ ସମ୍ଭାବନା ରହିଛି। ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ ବୋଲି...

ଓଡ଼ିଶାର ଟପ୍ ୧୦ ମନ୍ଦିର

ଓଡ଼ିଶାରେ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି, ଯାହା ସ୍ଥାପତ୍ୟ, ସାଂସ୍କୃତିକ ମହତ୍ତ୍ୱ ଓ ଆଧ୍ୟାତ୍ମିକତା ପାଇଁ ଜଣାଶୁଣା। ନିମ୍ନରେ ଓଡ଼ିଶାର ଶ୍ରେଷ୍ଠ ୧୦ଟି ମନ୍ଦିରର ତାଲିକା...

ଅପହଞ୍ଚ ଅଞ୍ଚଳକୁ ଟ୍ୟାଙ୍କରରେ ହେଉଛି ଜଳ ଯୋଗାଣ

ସମ୍ବଲପୁର,୨୧ା୩(ପ୍ରମୋଦ ବହିଦାର): ସମ୍ବଲପୁର ମହାନଗରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୯ଟି ଜଳ ବିଶୋଧନାଗାର ରହିଛି। ପାନୀୟ ଜଳ ବିତରଣକାରୀ ସଂସ୍ଥା ୱାଟ୍‌କୋ ସମ୍ପୂର୍ଣ୍ଣ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image