ଆମୀରଙ୍କ ପରେ ସୋସିଆଲ ମିଡିଆ ଛାଡିଲେ ଆଉ ଜଣେ ଅଭିନେତା

ବଲିଉଡ୍‌ର ମିଷ୍ଟର ପରଫେକ୍ଟ ଆମୀର ଖାନ୍‌ ନିକଟରେ ସୋସିଆଲ ମିଡିଆ ଛାଡିଥିଲେ। ଏବେ ଆଉ ଜଣେ ଅଭିନେତା ତାଙ୍କୁ ଅନୁସରଣ କରିଛନ୍ତି। ସେ ହେଲେ ସୁଶାନ୍ତ ସିଂହ। ସିଶାନ୍ତ ଏକ ପୋଷ୍ଟ ଶେୟାର କରି ସୋସିଆଲ ମିଡିଆରୁ ଦୂରେଇ ଯିବାକୁ ଚାହୁଁଥିବା କହିଛନ୍ତି। ଏଥିପାଇଁ ବର୍ତ୍ତମାନ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ ରହିଥିବା ସେ ଜଣାଇଛନ୍ତି। ଏହା ଜାଣିବା ପରେ ପ୍ରଶଂସକମାନେ ତାଙ୍କୁ ମେସେଜ୍‌ କରିବା ଆରମ୍ଭ କରିଦେଇଛନ୍ତି। ଅଧିକାଂଶ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆ ନ ଛାଡିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି।

Share