ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ, କେରଳରୁ ଗିରଫ ହେଲେ ଅଭିଯୁକ୍ତ

ବୁଗୁଡ଼ା,୨୩ା୧୦(କାଳୀଚରଣ ଦାଶ): ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ସୁଦୂର କେରଳରୁ ଗିରଫ କରିଥିବା ବେଳେ ଅପହୃତ ନାବାଳିକାଙ୍କୁ ଉଦ୍ଧାର କରିଛି l ଗିରଫ ଅଭିଯୁକ୍ତ ହେଲେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅନ୍ତରପଡା ଗ୍ରାମର ବିଶିକେଶନ ବିଷୋୟୀଙ୍କ ପୁତ୍ର ସୁନୀଲ ବିଷୋୟୀ(୨୧) l ଏ ନେଇ ବୁଗୁଡ଼ା ଥାନାରେ କେସ୍‌ ନଂ ୨୯୮/୨୪ରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ସୁନୀଲ ଟାଇଲ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ସମ୍ପୃକ୍ତ ନାବାଳିକାକୁ ପ୍ରେମ ଜାଲରେ ଫସାଇ ଗତ ଅପ୍ରେଲ ୨୧ ତାରିଖରେ ଅପହରଣ କରି ନେଇଥିଲେ। ପ୍ରଥମେ ହାଇଦ୍ରାବାଦ ଯାଇ ଏକ ମନ୍ଦିରରେ ନାବାଳିକାଙ୍କୁ ଶଙ୍ଖା ସିନ୍ଦୂର ପିନ୍ଧାଇବା ପରେ କେରଳର ଅର୍ଣ୍ଣାକୁଲମ ଚାଲି ଯାଇଥିଲେ। ଏ ନେଇ ନାବାଳିକାଙ୍କ ପିତା ବାଲିପଦର ଫାଣ୍ଡିରେ ଏତଲା ଦେବା ପରେ ପୋଲିସ ସେହିଦିନଠାରୁ ଅଭିଯୁକ୍ତଙ୍କ ତଲାସରେ ଥିଲା। ମୋବାଇଲ ଟ୍ରାକିଂରୁ ଲୋକେସନ ଜଣାପଡ଼ିବା ପରେ ବାଲିପଦର ଫାଣ୍ଡି ଅଧିକାରୀ ନୀଳାଦ୍ରି ରେଡ୍ଡୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଅର୍ଣ୍ଣାକୁଲମରେ ପହଞ୍ଚି ଉଭୟଙ୍କୁ ମଙ୍ଗଳବାର ବୁଗୁଡ଼ା ଥାନାକୁ ଆଣିଥିଲେ l ଉଭୟଙ୍କ ଡାକ୍ତରୀ ମାଇନା ପରେ ପୋଲିସ ଅଭିଯୁକ୍ତ ସୁନୀଲକୁ ଗିରଫ କରି ଭଞ୍ଜନଗର ଜେଲ ହାଜତକୁ ପଠାଇଥିବା ବେଳେ ନାବାଳିକାଙ୍କୁ ବ୍ରହ୍ମପୁର ଜୁଭେନାଇଲ କୋର୍ଟରେ ହାଜର କରାଯାଇଥିବାର ପୋଲିସ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ରଚିଥିଲେ ବଡ଼ ଯୋଜନା, ବିଏସ୍‌ଏଫ୍‌ ଯବାନ କଲେ ପଣ୍ଡ

ମାଲକାନଗିରି, ୨୩ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଘନବେଡ଼ା ଓ ଗୁରାସେତୁ ୧୭୭ ବିଏସ୍‌ଏଫ୍‌ ବାଟାଲିୟନ ତରଫରୁ ମାଓବାଦୀ ଡମ୍ପ ଜବତ କରିବା...

୨ ଦିନ ହାଇକୋର୍ଟ ଛୁଟି

କଟକ,୨୩ା୧୦ (କାର୍ତ୍ତିକ ସାହୁ): ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ହାଇକୋର୍ଟକୁ ୨ ଦିନ ଛୁଟି ଘୋଷଣା କରାଯାଇଛି। ହାଇକୋର୍ଟ ପକ୍ଷରୁ ବୁଧବାର ଜାରି ବିଜ୍ଞପ୍ତି ଅନୁଯାୟୀ,...

ଏଟିଏମ୍‌ କାର୍ଡ ବଦଳାଇ ଦୁର୍ବୃତ୍ତ ଲୁଟିନେଲେ ଏତିକି ଟଙ୍କା, ପଛରେ ରହି ପିନ୍‌…

ହିଞ୍ଜିଳିକାଟୁ,୨୩ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ଏଟିଏମ୍‌ରେ ଚତୁରତାର ସହ କାର୍ଡ ବଦଳାଇ ଟଙ୍କା ଲୁଟ୍‌ ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ହିଞ୍ଜିଳି ବଡ଼ସାହିର ଉଦୟନାଥ...

ନିଖୋଜର ୧୬ ଦିନ ପରେ ନାଳରୁ ମିଳିଲା ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ

ଝରିଗାଁ,୨୩ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାା ଝରିଗାଁ ଥାନା ଅର୍ନ୍ତଗତ ଗୁରୁସିଙ୍ଗା ଜଙ୍ଗଲ ମଧ୍ୟରେ ରହିଥିବା ଶୁଷ୍କ ନାଳ ମଧ୍ୟରୁ ସ୍ଥାନୀୟ ପୋଲିସ ଏକ ଗଳିତ...

ଅଫ୍‌ଲାଇନ୍‌ରେ ବାଲିଯାତ୍ରା ଷ୍ଟଲ୍‌ ପଞ୍ଜୀକରଣ ସ୍ଥଗିତ

କଟକ,୨୩ା୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାରେ ଷ୍ଟଲ୍‌ ଖୋଲିବା ନିମନ୍ତେ ପ୍ଲଟ୍‌ ପଞ୍ଜୀକରଣ ଦୁଇ ଦିନ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି...

ଘରେ ପଶି ସୁନାଗହଣା ଲୁଟି ନେଇଥିଲେ ୩ ନାବାଳକ, ଚୋରିର ଏମିତି ପର୍ଦ୍ଦାଫାଶ କଲା ପୋଲିସ

ଦିଗପହଣ୍ଡି/ପାଟପୁର,୨୩ା୧୦(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନା ନୂଆଗଡ଼ ଗ୍ରାମରେ ଗତ ୯ ତାରିଖ ସାରେ ଘରେ ପଶି ସୁନାଗହଣା ଲୁଟ୍‌ ଘଟଣାର...

ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୦: ବୁଧବାର ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉକ୍ତ ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ମୁଖ୍ୟ...

ବିଲକୁ ଯାଇଥିବାବେଳେ ଆକ୍ରମଣ କଲା ବାର୍‌ହା, ଚାଲିଗଲା ମହିଳାଙ୍କ ଜୀବନ

ଛତ୍ରପୁର,୨୩ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟଲାମପୁର ଗାଁରେ ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ଶୋଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri