Categories: ଜାତୀୟ

୪୬ବର୍ଷର ଯାତ୍ରା ଶେଷ କରି ନୌସେନାରୁ ଅବସର ନେଲା IL-38 ସି ଡ୍ରାଗନ

ନୂଆଦିଲ୍ଲୀ,୧।୧୧: ୪୬ ବର୍ଷର ଯାତ୍ରା ଶେଷ କରି ନୌସେନାରୁ ବିଦାୟ ନେଇଛି ସାମୁଦ୍ରିକ ପେଟ୍ରୋଲିଂ ବିମାନ IL-38 ସି ଡ୍ରାଗନ। ଗୋଆର ଡାବୋଲିମର ଆଇଏନଏସ ହାନସା ଠାରେ ଅନୁଷ୍ଠିତ ସମାରୋହରେ ଡ୍ରାଗନକୁ ବିହାୟ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ନାଭାଲ ଷ୍ଟାଫ ମୁଖ୍ୟ ମୁ ଆଡମିରାଲ ଆର. ହରି କୁମାର, ଆଇଏଲ ସ୍କ୍ବାର୍ଡନର ଅଧିକାରୀ, ଓ ସ୍କ୍ବାର୍ଡନର ଅନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ, ୧୯୭୭ରେ ଅକ୍ଟୋବର ୧ରେ il-38 ବିମାନକୁ ନାଭାଲ ଏୟାର ସ୍କ୍ବାର୍ଡନ INAS 315ରେ ସାମିଲ କରାଯାଇଥିଲା।

Share