ରାମ ମନ୍ଦିର ନିର୍ମାଣରେ ସହାୟତାର ହାତ ବଢ଼ାଇଲେ ଏହି ସୁପରଷ୍ଟାର

ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣ ପାଇଁ ଲୋକମାନେ ଖୋଲାଖୋଲି ଭାବେ ଆଗକୁ ଆସୁଛନ୍ତି। ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ପରେ କଳାକାରମାନେ ସହଯୋଗ ହାତ ବଢ଼ାଉଛନ୍ତି। ଏବେ ତେଲୁଗୁ ସୁପରଷ୍ଟାର ତଥା ଜନସେନା ପାର୍ଟିର ଅଧ୍ୟକ୍ଷ ପଓ୍ବନ କଲ୍ୟାଣ ରାମ ମନ୍ଦିର ନିର୍ମାଣ ପାଇଁ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ପଓ୍ବନଙ୍କ ସହ ତାଙ୍କ ପାର୍ଟିର ଅନ୍ୟ ନେତାମାନେ ମଧ୍ୟ ଯୋଗଦାନ ଦେଇଛନ୍ତି। ଚିରଞ୍ଜୀବୀଙ୍କ ସାନ ଭାଇ ପଓ୍ବନ କଲ୍ୟାଣ ମନ୍ଦିର ଟ୍ରଷ୍ଟ ସହିତ ଜଡିତ ଲୋକଙ୍କୁ ୨ଟି ଚେକ୍‌ ଦେଇଥିବା ଜଣାପଡ଼ିଛି।

Share