ହାଲୁୱା, ବିରିୟାନିକୁ ବାୟ ବାୟ

ମୁମ୍ବାଇ: ବଲିଉଡ ବେବୋ କରିନା କପୁର ଖାଁ ଏବେ ବ୍ୟାକଟୁ ଫର୍ମ ଆସିଯାଇଛନ୍ତି । ଅର୍ଥାତ୍ ସେ ଏବେ ଅଏଲି ଫୁଡ ଛାଡି ନିଜ ଫିଟନେସ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ସେଥିପାଇଁ ସେ ଏବେ ଇନଷ୍ଟାଗ୍ରାମରେ ଯୋଗ କରୁଥିବାର ଏକ ଭିଡିଓ ଶେୟାର କରିଛନ୍ତି । ଭିଡିଓରେ ଦେଖାଯାଇଛି କରିନା ତାଙ୍କ ଘରର ଟେରେସରେ ଯୋଗ କରୁଛନ୍ତି । ଏହାସହ ସେ ଏକ ମଜାଦାର କ୍ୟାପଶନ ବି ଲେଖିଛନ୍ତି । ସେ ଲେଖିଛନ୍ତି , ଯଦି ଆପଣଙ୍କ ଯୋଗ ଇନଷ୍ଟ୍ରକ୍ଟର ଆପଣଙ୍କୁ ଇନଷ୍ଟାରେ ଫଲୋ କରୁଛନ୍ତି ତେବେ ବୁଝିଯାଆନ୍ତୁ ଯେ ବିରିୟାନି ଓ ହାଲୁଆକୁ ବାୟ ବାୟ କରିବାର ସମୟ ଆସିଗଲା ।
କ୍ୟାପଶନ ସହ କରିନା #UntilWeMeetAgain ର ଉପଯୋଗ ବି କରିଛନ୍ତି । ନିକଟରେ ସେ ମାଲଦିପ ଯାଇଥିବା ବେଳେ ସେଠାକାର କିଛି ଫଟୋ ଶେୟାର କରିଥିଲେ ଯେଉଁଥିରେ ସେ ଟିମଙ୍କ ସହ ବସି ବିରିୟାନି ଖାଉଥିବା ଦେଖାଯାଇଥିଲା । ଏହାପରେ କରିନା ହାଲୱା ଖାଉଥିବାର ଭିଡିଓ ବି ଭାଇରାଲ ହୋଇଥିଲା । ଏବେ କରିନା ଏସବୁ ଖାଦ୍ୟକୁ ବାୟ ବାୟ କହି ନିଜ ଫିଟନେସ ଉପରେ ଅଧିକ ଧ୍ୟାନ ଦେଉଥିବା କୁହାଯାଉଛି ।

Share