ଅମରଙ୍କ ପରେ ମୁହଁ ଖୋଲିଲେ ପ୍ରଫୁଲ୍ଲ ଘଡାଇ, ନବୀନଙ୍କୁ ଟାର୍ଗେଟ କରି କହିଦେଲେ ଏତେ ବଡ଼କଥା!

ଭୁବନେଶ୍ୱର,୧୮।୧୦: ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜିତ ହୋଇଛି ବିଜେଡି। ଓଡ଼ିଶାରୁ ବିଜେଡି କ୍ଷମତାଚ୍ୟୁତ ହେବା ପରେ ଏବେ ଅନ୍ତ କନ୍ଦଳ ବିଜେଡି ସୁପ୍ରିମୋଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। ଜଣେ ପରେ ଜଣେ ନେତା ଦଳ ପରାଜୟ ବିଷୟରେ ଗଣମାଧ୍ୟମରେ ଖୋଲାଖୋଲି କହି ଭିତରି କଥାକୁ ପଦାରେ ପକାଛନ୍ତି। ତେବେ ବିଜେଡି ନେତା ଅମର ଶତପଥରଙ୍କ ପରେ ଏବେ ଦଳର ଦୁଇ ବରିଷ୍ଠ ନେତା ମୁହଁ ଖୋଲିଛନ୍ତି।
ଦୁଇ ବରିଷ୍ଠ ନେତା ପଦ୍ମନାଭ ବେହେରା ଓ ପ୍ରଫୁଲ୍ଲ ଘଡାଇ ବିଜେଡିକୁ ଜୋରଦାର ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, ନିର୍ବାଚନ ପୂର୍ବରୁ ଏକ ଶୃଙ୍ଖଳିତ ଦଳ ଭାବେ ପରିଚିତ ଥିଲା ବିଜେଡି। ହେଲେ ପରାଜୟ ପରେ ସେହି ଶୃଙ୍ଖଳା, ଏବେ ବିଶୃଙ୍ଖଳାରେ ପରିଣତ ହୋଇଛି। ଜୁନିୟର ହୁଅନ୍ତୁ କି ସିନିୟର, ସବୁ ନେତା ମୁହଁ ଖୋଲିବା ଆରମ୍ଭ କରିଦେଲେଣି।

ପଦ୍ମନାଭ କହିଛନ୍ତି, ଆମେ ନିର୍ବାଚନ ଇସ୍ତାହାର କମିଟିରେ ଥିଲୁ। ଅନେକ ପ୍ରସ୍ତାବ ଦେଲୁ। ହେଲେ କିଛି ପ୍ରସ୍ତାବ ଗ୍ରହଣ ହେଲାନି, ଅଳ୍ପ କିଛି ଗ୍ରହଣ ହେଲା। ଭାଜପାର ଇସ୍ତାହାରକୁ ଲୋକେ ଅଧିକ ଗ୍ରହଣ କଲେ। ବିଜେଡି ଇସ୍ତାହାରକୁ ଗ୍ରହଣ କଲେନି। ଆଉ ବରିଷ୍ଠ ନେତାଙ୍କୁ ଗୁରୁତ୍ୱ ଦେବା କଥା ସୁପ୍ରିମୋଙ୍କ ଅବଗତ କରାଇଛୁ। ସେପଟେ ପ୍ରଫୁଲ୍ଲ ଘଡାଇ କହିଛନ୍ତି, ବିଜେଡିର ପରାଜୟ ପାଇଁ ପ୍ରାର୍ଥୀ, ପରିସ୍ଥିତି, ପରିଚାଳନା ଦାୟିତ୍ୱ ଭଳି ଅନେକ କାରଣ ରହିଛି।

Share