ଅମରେଶ ଜେନାଙ୍କ ବିଭୀଷଣ ମନ୍ତବ୍ୟ ପରେ ବିଜେଡି କର୍ପୋରେଟରଙ୍କ ମିଳିତ ପ୍ରେସମିଟ , କହିଲେ..

ଭୁବନେଶ୍ୱର,୩।୭: ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିଭୀଷଣ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଏମ୍‌ସି ବିଜେଡି କର୍ପୋରେଟର ମିଳିତ ପ୍ରେସମିଟ କରିଛନ୍ତି। ଏହି ପ୍ରେସମିଟରେ ‘ଆମ ଭିତରେ ଫାଟ ନାହିଁ’ ଆମେ ଏକାଠି ଅଛୁ ବୋଲି ବିଜେଡି କର୍ପୋରେଟରମାନେ କହିଛନ୍ତି।
ବୁଧବାର ପ୍ରତାପ ଦେବଙ୍କ ଘରେ ଚାଲିଥିବା ବୈଠକରୁ ବାହାରିବା ପରେ ଅମରେଶ ଦଳରେ ବିଭୀଷଣ ଅଛନ୍ତି ବୋଲି ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, କିଛି ଦଳୀୟ ନେତା ବିଜେଡି ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଦଳରେ ବିଭୀଷଣ ଅଛନ୍ତି। କିନ୍ତୁ ସବୁଠି ବିଜେଡି ଏକଜୁଟ ଅଛି। ଏହା ପରେ ବିଜେଡି କର୍ପୋରେଟରଙ୍କ ପ୍ରେସମିଟ ହୋଇଥିଲା।

Share