ଅମୁଲ କ୍ଷୀର ପରେ ବଢିଲା ମଦର ଡେରି ଦାମ୍‌, ଏତେ କରିବାକୁ ପଡ଼ିବ ଖର୍ଚ୍ଚ

ନୂଆଦିଲ୍ଲୀ,୩।୬: ଗୋଟିଏ ଦିନ ପୂର୍ବରୁ ଅମୁଲ କ୍ଷୀରର ମୂଲ୍ୟ ବଢିଥିବାବେଳେ ସୋମବାର ମଦର ଡେରିର ଦାମ୍‌ ମଧ୍ୟ ବଢିଛି। ଶନିବାର ଦେଶରେ ଲୋକ ସଭା ନିର୍ବାଚନ ସରିବାର ୨ ଦିନ ନ ଜାଉଣୁ କ୍ଷୀର ମୂଲ୍ୟ ଓ ଟୋଲ ପ୍ଲାଜା ଟ୍ୟାକ୍ସ ବଢିଥିବାର ଖବର ମିଳିଛି। ତେବେ ଅମୁଲ ନିଜ କ୍ଷୀର ପ୍ୟାକେଟରେ ୨ଟଙ୍କା ବୃଦ୍ଧି କରିଥିବାବେଳେ ମଦର ଡେରି କେତେ କରିଛି ଜାଣନ୍ତୁ।

ଅମୁଲ ଯେତେବେଳେ ନିଜ କ୍ଷୀର ପ୍ୟାକେଟ ମୂଲ୍ୟ ବଢେଇଥିଲା ସେତେବେଳେ ମଦର ଡେରି ମଧ୍ୟ ନିଜ ଦାମ୍‌ ବଢେଇପାରେ ବୋଲି ଆଶଙ୍କା କରାଯାଉଥିଲା। ଏହା ପୂର୍ବରୁ ମଦର ଡେରି ୨୦୨୨ରେ କ୍ଷୀର ପ୍ୟାକେଟ ଦାମ ୨ଟଙ୍କା ବୃଦ୍ଧି କରିଥିଲା। କିନ୍ତୁ ଗତବର୍ଷ ଏହିସବୁ କମ୍ପାନୀଗୁଡିକ କ୍ଷୀର ପ୍ୟାକେଟର ମୂଲ୍ୟବୃଦ୍ଧିକୁ ଏକ ପ୍ରକାର ଖଣ୍ଡନ କରି ଦେଇଥିଲେ।

ତେବେ ମଦର ଡେରି କମ୍ପାନୀ ସୋମବାର ଘୋଷଣା କରି କହିଛି ଯେ, ଗତ ୧୫ମାସ ଧରି ଇନପୁଟ କଷ୍ଟ ବୃଦ୍ଧି ପାଉଥିବାରୁ କମ୍ପାନୀ ଏହି ଦାମ୍‌ ବଢେଇଛି। ମଦର ଡେରି ସବୁ ପ୍ରକାର କ୍ଷୀରର ମୂଲ୍ୟରେ ଦାମ ବୃଦ୍ଧି କରିଛି। କ୍ଷୀର ପ୍ୟାକେଟ ଲିଟର ପ୍ରତି ୨ଟଙ୍କା ବଅଦ୍ଧି ପାଇଛି। ନୂଆ ଦାମ୍‌ ଆଜି ଠାରୁ ଅର୍ଥାତ୍‌ ଜୁନ ୩ରୁ ଲାଗୁ ହୋଇଛି।

Share