ବୈଠକର ଘଣ୍ଟାଏ ପରେ ମନେପଡ଼ିଲା: ୟୁଟ୍ୟୁବ ଶର୍ଚ୍ଚ କରି ବନ୍ଦେ ଉତ୍କଳ ଜନନୀ ଗାଇଲେ ମନ୍ତ୍ରୀ, ବିଧାୟକ, ବ୍ଲକ ଅଧ୍ୟକ୍ଷ

ଛତ୍ରପୁର,୯।୧୦ (ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜ଼ିଲାପରିଷଦ ବୈଠକରେ ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରତି ବୈଠକର ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରାଯାଏ। ମାତ୍ର ଏହି ବୈଠକରେ ଏହା ହୋଇ ନ ଥିଲା। ବୈଠକ ଚାଲିବାର ୧ ଘଣ୍ଟା ୧୫ ମିନିଟ ପରେ ଜଣେ ବିଜେଡି ଜିଲାପରିଷଦ ସଭ୍ୟା ଏହି ପ୍ରସଙ୍ଗ ଉଠାଇଥିଲେ ପରେ ଜ଼ିଲ୍ଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ଏହା ଗାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ୟୁଟ୍ୟୁବ ସର୍ଚ୍ଚ କରି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ଏହି ବୈଠକରେ ୨ ମନ୍ତ୍ରୀ, ୩ ଏମପି, ୧୧ ବିଧାୟକ, ଜଲାପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।

Share