ଅରୁଣଙ୍କ ପରେ ଧ୍ରୁବଙ୍କୁ ଝଟ୍‌କା: ଆସିଲା ହାଇକୋର୍ଟ ନୋଟିସ୍‌

କଟକ, ୯।୮: ବିଜୁ ଜନତା ଦଳର ନେତା ତଥା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କୁ ଝଟ୍‌କା ଲାଗିଛି। ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ରୁଜୁ ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ନୋଟିସ ଜାରି କରିଛନ୍ତି । ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ରାଜନଗରୁ ନାମାଙ୍କନ ଦାଖଲ କରିଥିଲେ ଧ୍ରୁବ । ତେବେ ରାଜନଗର ନିର୍ବାଚନ ଅନିୟମିତତା ମାମଲାରେ ହାଇକୋର୍ଟରେ ମାମଲା ଦାଏର ହୋଇଛି । ଭାଜପା ପ୍ରାର୍ଥୀ ଲଳିତ ବେହେରାଙ୍କ ଆବେଦନ ଆଧାରରେ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଛି ।
ପୂର୍ବରୁ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ରୁଜୁ ମାମଲାରେ ଓଡ଼ିଶା ହାଇକୋର୍ଟ ନୋଟିସ ଜାରି କରିଥିଲେ। ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ନୟାଗଡ଼ରୁ ନାମାଙ୍କନ ଦାଖଲ କରିଥିଲେ ଅରୁଣ । ହେଲେ ଏହି ନାମାଙ୍କନର ସତ୍ୟପାଠରେ ସେ ତଥ୍ୟ ଲୁଚାଇଥିବା ନେଇ ହାଇକୋର୍ଟରେ ମାମଲା ଦାଏର ହେଇଥିଲା । ଯାହାକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଥିଲା।

Share