Categories: ଜାତୀୟ

ଅରବିନ୍ଦ କେଜରିଓ୍ବାଲଙ୍କ ପରେ ଆତିଶିଙ୍କ ଘରେ ପହଞ୍ଚିଲେ କ୍ରାଇମ ବ୍ରାଞ୍ଚ ଟିମ

ନୂଆଦିଲ୍ଲୀ,୩।୨: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାକୁ ନେଇ ଆମ ଆଦମୀ ପାର୍ଟି (ଏଏପି) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ରାଜନୈତିକ ବିବାଦ ଜାରି ରହିଛି। ସୂଚନାନୁସାରେ, ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଟିମ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ ନୋଟିସ ଦେବା ପରେ ମନ୍ତ୍ରୀ ଆତିଶିଙ୍କ ଘରେ ନୋଟିସ ନେଇ ପହଞ୍ଚିଥିଲେ ମଧ୍ୟ ସେଠାରେ କେହି ନୋଟିସ ନେଇ ନ ଥିଲେ। ଏହାପରେ ଦିଲ୍ଲୀ ପୋଲିସ ଟିମ ମଧ୍ୟ ସେଠାରୁ ଫେରିଥିଲେ।

ଘଟଣାହେଲା, ଗତ ମଙ୍ଗଳବାର ଅତିଶି ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ସହ ଭାଜପା ଉପରେ ଅଭିଯୋଗ କରିଥିଲେ ଯେ ସେମାନେ ଶାସକ ଦଳର ବିଧାୟକଙ୍କୁ ପ୍ରଲୋଭନ ଦେଖାଇ ଷଡଯନ୍ତ୍ର କରୁଛନ୍ତି। ଏହା ପରେ ଦିଲ୍ଲୀ ଭାଜପାର ସମସ୍ତ ନେତା ଓ ଏମପି ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରାଙ୍କୁ ଭେଟି ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

Share