Categories: ଜାତୀୟ

ଅଗଷ୍ଟ ୧୫ ପରେ ଜମ୍ମୁ-କଶ୍ମୀରର ୨ଟି ଜିଲାରେ ଆରମ୍ଭ ହୋଇପାରେ ୪ଜି ସେବା

ଶ୍ରୀନଗର,୧୧।୮: ଜମ୍ମୁ-କଶ୍ମୀରରେ ଖୁବ୍‌ଶୀଘ୍ର ଆରମ୍ଭ ହୋଇପାରେ ୪ଜି ଇଣ୍ଟରନେଟ ସେବା। ଅଗଷ୍ଟ ୧୫ ପରେ ଜମ୍ମୁ-କଶ୍ମୀରର ୨ଟି ଜିଲାରେ ୪ଜି ଇଣ୍ଟରନେଟ ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ରାଜ୍ୟରେ ୪ଜି ଇଣ୍ଟରନେଟ ସେବା ଧୀରେ ଧୀରେ ଆରମ୍ଭ କରାଯିବ ଏବଂ ୨ମାସ ପରେ ଏହାର ସମୀକ୍ଷା କରାଯିବ ବୋଲି କୋର୍ଟଙ୍କୁ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଯେଉଁ କ୍ଷେତ୍ର ଅତି ସମ୍ବେଦନଶୀଳ ନୁହେଁ ସେହି ସ୍ଥାନରେ ପ୍ରଥମେ ସେବା ଆରମ୍ଭ କରାଯିବ ବୋଲି ରାଜ୍ୟର ଏକ ସ୍ବତନ୍ତ୍ର ସମିତି ନିର୍ଣ୍ଣୟ ନେଇଛନ୍ତି। ସୂଚନାଯୋଗ୍ୟ, ୨୦୧୯ ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଉକ୍ତ ରାଜ୍ୟରେ ସୁରକ୍ଷା ଦୃଷ୍ଟିରୁ ଇଣ୍ଟରନେଟ ଓ ଫୋନ ସେବା ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ କିଛି ଦିନ ପରେ ଏଠାରେ ଲ୍ୟାଣ୍ଡଲାଇନ, ମୋବାଇଲ ଓ ୨ଜି ଇଣ୍ଟରନେଟ ସେବା ପ୍ରଦାନ କରାଯାଇଥିଲା।

Share