Categories: ଜାତୀୟ

‘ନ୍ୟାୟ ଆଶା ନାହିଁ’

ଲକ୍ଷ୍ନୌ,୧୦।୨: ଲଖିମପୁର ଖେରି ଚାଷୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ୪ ମାସ ପରେ ଜାମିନ ମିଳିଛି। ଆଲାହାବାଦ୍‌ ହାଇକୋର୍ଟ ଗୁରୁବାର ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ଗତ ବର୍ଷ ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରି ଠାରେ ପ୍ରାଣ ହରାଇଥିବା ୧୯ ବର୍ଷୀୟ ଗୁରବିନ୍ଦର ସିଂଙ୍କ ବାପା ସୁଖଓ୍ବିନ୍ଦର ସିଂ ‘ନ୍ୟାୟ ଆଶା ନାହିଁ’ ବୋଲି କହିଛନ୍ତି।

“ଏତେ ଶୀଘ୍ର ତାଙ୍କୁ ଜାମିନ ମିଳିବା ଭଲ ସଙ୍କେତ ନୁହେଁ। ଆମକୁ ପୂର୍ବରୁ ଏହି ସରକାର(ଯୋଗୀ ଆଦିତ୍ୟନାଥ)ଙ୍କ ଉପରେ ଭରସା ନ ଥିଲା। ଏବେ ଆମର କୌଣସି ଆଶା ନାହିଁ। ଏପର୍ଯ୍ୟନ୍ତ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କୁ ତାଙ୍କ ପଦରୁ ହଟାଗଲା ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ବସି ଆମକୁ ଗୋଟିଏ ପରେ ଗୋଟିଏ ଜୁମଲା (ରାଜନୈତିକ ପ୍ରତିଶ୍ରୁତି) ଦେଉଛନ୍ତି। କିନ୍ତୁ ସେ ନିଜର ମନ୍ତ୍ରୀଙ୍କୁ ତଡ଼ି ପାରୁ ନାହାନ୍ତି” ବୋଲି ସୁଖଓ୍ବିନ୍ଦର ସିଂ କହିଛନ୍ତି।

Share