Categories: ଫୁରସତ

ଟିକ୍‌ଟକ୍‌ ବ୍ୟାନ୍‌ ହେବା ପରେ ରାଗରେ ଏମିତି କହିଲେ ଏହି ଝିଅ

ଟିକ୍‌ଟକ୍‌ ସହିତ ୫୯ଟି ଚାଇନା ଆପ୍‌ସ ଭାରତରେ ବ୍ୟାନ୍‌ ହୋଇଛି। ଏବେ ନା କେହି ଟିକ୍‌ଟକ୍‌ ଆପ୍‌କୁ ଡାଉନ୍‌ଲୋଡ୍‌ କରିପାରୁଛନ୍ତି ନା ହିଁ ପୂର୍ବରୁ ଥିବା ଏହି ଆପ୍‌ କାମରେ ଆସୁଛି। ଏହା ପରର ପ୍ରଭାବ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଟିକ୍‌ଟକ୍‌ ବ୍ୟାନ୍‌ ହେବା ପରେ କେହି କେହି ଖୁସି ହେଉଥିବା ବେଳେ ଆଉ କାହାର ଯେପରି ସବୁକିଛି ଉଜୁଡି ଯାଇଛି। ଏବେ ସୋସିଆଲ ମିଡିଆରେ ଜଣେ ଝିଅର ଭିଡିଓ ଭାଇରାଲ ହେବାରେ ଲାଗିଛି। ଝିଅଟି କେତେବେଳେ କାନ୍ଦୁଛି ତ ଆଉ କେତେବେଳେ ରାଗରେ ଧମକ ଦେଉଛି। ଏହି ଭିଡିଓକୁ ଖୁବ୍‌ କମ୍‌ ସମୟରେ ବହୁତ ଲୋକ ଦେଖିସାରିଲେଣି।

Share