ବାପା ହେବା ପରେ, ବାପା ଯିବା ପରେ

ବିପିନ୍‌ ବିହାରୀ ମହାନ୍ତି

ପୁଅର ସବୁବେଳେ ଗୋଟିଏ ଅଭିଯୋଗ, ବାପା ଆଜିକାଲି କାହିଁକି ବିଳମ୍ବରେ ଅଫିସରୁ ଫେରୁଛନ୍ତି। ଆଉ ଏହି ଅଭିଯୋଗ ସହିତ ବୋଉ ମଧ୍ୟ ସ୍ବର ମିଳାନ୍ତି। କିନ୍ତୁ ବାପା ଏହି ଅଭିଯୋଗକୁ ବିଭିନ୍ନ ପ୍ରକାର ବାହାନା ଦେଖାଇ ଏଡ଼େଇ ଯାଆନ୍ତି। ଦିନେ ପୁଅ ବସ୍‌ଷ୍ଟାଣ୍ଡରେ ବାପାଙ୍କ ଅଜାଣତରେ ଲୁଚି କରି ଅପେକ୍ଷା କଲା। ବାପା ଠିକ୍‌ ସମୟରେ ବସରୁ ଓହ୍ଲାଇ ସିଧା ଘର ଆଡ଼କୁ ଚାଲିଲେ। ଏହା ପରେ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିବା ପୁଅ ନିଜ ବାଇକ୍‌ ନେଇ ବାପାଙ୍କୁ ବସାଇ ଘରେ ପହଞ୍ଚତ୍ଲା। ତା’ପରେ ପୁଅ ବାପାଙ୍କୁ ପଚାରିଲା- ଆପଣ ବସ୍‌ରୁ ଓହ୍ଲାଇ ଅଟୋରେ ନ ଆସି ଚାଲିଚାଲି କାହିଁକି ଆସୁଥିଲେ? ବାପା କହିଲେ- ତୋ ବୋଉ ଏବଂ ତୋର ଗୋଟିଏ ଜିଦ୍‌ ଥିଲା ଯେ, ତୋ ପାଇଁ ଏକ ବାଇକ୍‌ କିଣା ହେବ, ତୁମ ଦୁଇ ଜଣଙ୍କର ଏହି ଇଚ୍ଛାକୁ ମୁଁ ଏଡ଼ାଇ ପାରିଲି ନାହିଁ। ପାଖରେ ପଇସାର ଅଭାବ ସତ୍ତ୍ୱେ ମୁଁ ଋଣ କରି ବାଇକ୍‌ଟିଏ କିଣିଲି। ତେଣୁ ପ୍ରତି ମାସର କିସ୍ତି ଦେବାପାଇଁ ନିଷ୍ପତ୍ତି ନେଲି ଯେ, ମୁଁ ଯିବା ଆସିବା କରିବା ପାଇଁ ଅଟୋ ବ୍ୟବହାର କରିବି ନାହିଁ। ଏଥିରୁ ଯେଉଁ ପଇସା ବଞ୍ଚତ୍ବ, ସେଥିରେ ତୋର ବାଇକ୍‌ କିସ୍ତି ଦେବା ପାଇଁ ମୋତେ ସହଜ ହେବ।
ବାପା ଆମ ମୁହଁରେ ହସ ଟିକେ ଦେଖିବା ପାଇଁ ବା ଆମକୁ ଖୁସିରେ ରଖିବା ପାଇଁ ଆମ ଅଜାଣତରେ କେତେ ଯେ ଦୁଃଖ କରନ୍ତି, ତା’ର ପ୍ରମାଣ ଦେବା ପାଇଁ ଉପରୋକ୍ତ ଘଟଣାଟି ଯଥେଷ୍ଟ। କେବଳ ପଇସା ଅଭାବରୁ ଯେ ବାପାମାନେ ଅନେକ ଦୁଃଖ କରନ୍ତି ତାହା ନୁହେଁ, ବରଂ ମୋଟା ଅଙ୍କର ଦରମା ପାଉଥିବା ବାପାମାନେ ତାଙ୍କ କାର୍ଯ୍ୟାଳୟରେ ଅନେକ ଦୁଃଖକୁ ସାମ୍ନା କରିଥାଆନ୍ତି। ଯଥା ଉପରିସ୍ଥ ଅଧିକାରୀଙ୍କ ନାଲିଆଖି ବା ଚାକିରି କ୍ଷେତ୍ରରେ ଅନ୍ୟାନ୍ୟ ସମସ୍ୟା। କିନ୍ତୁ ଏ ସବୁକୁ ସେ ଏଥିପାଇଁ ସହି ଯାଆନ୍ତି। ଯେହେତୁ ସେହି ଚାକିରିରୁ ମିଳୁଥିବା ମୋଟା ଦରମା ତାଙ୍କ ସନ୍ତାନମାନଙ୍କୁ ସୁଖରେ ରହିବାରେ ସାହାଯ୍ୟ କରିଥାଏ।
ହେଲେ ଯେତେବେଳେ ନିଜର ବାପା ଆରପାରିକୁ ଚାଲିଯାଆନ୍ତି, ସେତେବେଳେ ଦୁଃଖର ପାହାଡ଼ରୁ ଅତଡ଼ା ଖସିବା ଆରମ୍ଭ ହୁଏ। ଯେଉଁ ବାପା ଦିନେ ସାଧାରଣ ମଣିଷଟିଏ ଲାଗୁଥିଲେ, ସେ ହଠାତ୍‌ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ ହୁଅନ୍ତି। ବାପାଙ୍କ କାନ୍ଧରେ ବସିବା ଦିନଠାରୁ ବାପାଙ୍କୁ କାନ୍ଧରେ ନେବା ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣା ଆଖି ସାମ୍ନାରେ ନାଚି ଯାଇଥାଏ। ଭାଙ୍ଗି ଯାଇଥାଏ ସାମାଜିକ ସୁରକ୍ଷାର ବିଶାଳ ପ୍ରାଚୀର।
ଦିନେ ଯେଉଁ ବାପା ସନ୍ତାନଟିଏ ପାଇଲା ପରେ ଫୁଲର ପାହାଡ଼ ଉପରେ ବସିଥିଲେ, ସେହି ସନ୍ତାନ ତାଙ୍କ ପାଇଁ ଆଜି ପାଲଟିଛି କଣ୍ଟକିତ ପଥ। ସମାଜରେ ଅନେକ ବାପାଙ୍କର ଶେଷ ସମୟର ଦୁଃଖର କାରଣ ହେଉଛନ୍ତି ତାଙ୍କର ସନ୍ତାନମାନେ। ସନ୍ତାନମାନେ ଚାକିରି ପାଇବା ପରେ ନିଜ ପରିବାର ସହିତ ବାହାରେ ରହୁଛନ୍ତି। ଫଳରେ ଘର ଜଗିବା କାର୍ଯ୍ୟ ବାପାଙ୍କ ଉପରେ ନ୍ୟସ୍ତ। ବାପା ନିଃସଙ୍ଗତାକୁ ସାଥି କରି ଏହି କାର୍ଯ୍ୟ ତୁଲାଇଥାଆନ୍ତି। ଯଦି ବୋଉ ଆରପାରିକୁ ଚାଲି ଯାଇଥାଏ, ତା’ହେଲେ ସେ ନିଃସଙ୍ଗତା ଅବର୍ଣ୍ଣନୀୟ। ସନ୍ତାନମାନଙ୍କ ମଧ୍ୟରେ ମନୋମାଳିନ୍ୟ, ସମ୍ପତ୍ତି ପାଇଁ ସଂଘର୍ଷ ଏବଂ ବାପାଙ୍କ ଦେଖାଶୁଣା କରିବା ପାଇଁ ସନ୍ତାନମାନଙ୍କ ମଧ୍ୟରେ ଅନିଚ୍ଛା ତାଙ୍କୁ ଦେଇଥାଏ ଅସହ୍ୟ ମାନସିକ ଯନ୍ତ୍ରଣା। ଶେଷରେ ବାପାଙ୍କର ରହିବାର ଠିକଣା ବଦଳି ହୋଇ ଯାଇଥାଏ ବୃଦ୍ଧାଶ୍ରମ।
ଯେଉଁ ବାପା ଦିନେ ଆମକୁ ବାଇକ୍‌ଟିଏ କିଣି ଦେବାକୁ ଯାଇ ନିଜେ ଚାଲିଚାଲି ଯିବାଆସିବା କରୁଥିଲେ, ସେ କ’ଣ କେବେ ଆମଠୁ ଏହା ବଦଳରେ ଏପରି ନିଷ୍ଠୁରତା ଆଶା କରିଥିବେ। ଆମେ ରହିବା ପାଇଁ ସୁନ୍ଦର ଘର ନିର୍ମାଣ କରିଥିବା ବାପା, କ’ଣ କେବେ ଆଶା କରିଥିବେ ଯେ, ତାଙ୍କର ଅନ୍ତିମ ରହଣିସ୍ଥଳ ତାଙ୍କର ନିଜ ଘର ନ ହୋଇ ବୃଦ୍ଧାଶ୍ରମ ହେବ ବୋଲି। ବାପାଙ୍କ ପ୍ରତି ଏପରି ନିଷ୍ଠୁରତା ଦେଖାଇବା ପୂର୍ବରୁ ସେହି ସନ୍ତାନମାନେ ଥରେ ଚିନ୍ତା କରିବା ଉଚିତ ଯେ, ସେ ବାପା ହେଲାବେଳେ ତାଙ୍କ ସନ୍ତାନଠୁ ଯେଉଁ ସୁଖ ଆଶା କରିଥିଲେ, ତାଙ୍କ ବାପା ମଧ୍ୟ ସେ ଜନ୍ମ ହେବା ବେଳେ ତାଙ୍କଠୁ ସେହି ସୁଖ ଆଶା କରିଥିବେ। ବୃଦ୍ଧାବସ୍ଥାରେ ଉପନୀତ ବାପାଙ୍କ ସେବା କରିବା, ସନ୍ତାନମାନଙ୍କ ପାଇଁ କେବଳ ଏକ କର୍ତ୍ତବ୍ୟ ନୁହେଁ ବରଂ ଏକ ବିରାଟ ସୁଯୋଗ, ଯେଉଁ ସୁଯୋଗ ସେହିମାନଙ୍କ ଭାଗ୍ୟରେ ନାହିଁ, ଯେଉଁମାନେ ସେମାନଙ୍କ ବାପାଙ୍କୁ ହରାଇ ସାରିଛନ୍ତି। ଆଜି ଆମେ ଆମ ବାପାଙ୍କ ପ୍ରତି ଆମର କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କଲେ, ଆମଠୁ ଶିଖି ଆମ ସନ୍ତାନମାନେ ଆମ ବୃଦ୍ଧାବସ୍ଥାରେ ଆମ ପାଇଁ ମଧ୍ୟ ସମାନ କର୍ତ୍ତବ୍ୟ କରିବେ। କାରଣ ଆମେ ବି ଦିନେ ଆମ ବାପାଙ୍କ ଭଳି ବୃଦ୍ଧାବସ୍ଥାରେ ଉପନୀତ ହେବା।
– ସାହାଡ଼ା, ଜାନକାଦେଇପୁର, ବୋରିକିନା, ଜଗତ୍‌ସିଂହପୁର,
ମୋ-୯୪୩୮୨୮୨୮୨୫


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଓ ମୋର

ମାନବ ସମାଜରେ ବ୍ୟକ୍ତିବାଚକ ସର୍ବନାମ ‘ମୋ’ ଶବ୍ଦରେ ସବୁକିଛିର ମୂଲ୍ୟ ନିହିତ ରହିଛି। ଆମେ କହିଥାଉ ଏ ଜାଗା ମୋର। ଏ ଦେହ ମୋର। ବାସ୍ତବରେ...

ନିଯୁକ୍ତିର ମରୀଚିକା

ଉପଯୁକ୍ତ ଜୀବିକା ଓ କର୍ମନିଯୁକ୍ତି ପ୍ରତ୍ୟେକ ମନୁଷ୍ୟକୁ ବିକାଶ ଦିଗକୁ ଟାଣି ନେଇଥାଏ। ନିଯୁକ୍ତି ଦେଇଥାଏ ନୂଆ ଆଶାର ଆଲୋକ, ଯାହା ଫଳରେ ବ୍ୟକ୍ତିଟିଏ ନିଜ...

ବାକ୍‌ ସଂଯମ: ଏକ ସାଧନା

ଷୋଡ଼ଶ ଶତାବ୍ଦୀର ଏକ ଘଟଣାରୁ ପ୍ରବନ୍ଧଟି ଆରମ୍ଭ କରୁଛି। ଇଂରେଜ ମନୀଷୀ ଥୋମାସ୍‌ କୁପାର ଆଠବର୍ଷ କଠିନ ପରିଶ୍ରମ କରି ଏକ ଅଭିଧାନ ସଂକଳନ କରୁଥିଲେ।...

୩୦ ବର୍ଷ ପୂର୍ବରୁ ଓ ପରେ

ବିଶ୍ୱର ପ୍ରାୟ ସମସ୍ତ ବିକଶିତ ଦେଶ ସେମାନଙ୍କ ମାନବ ଶକ୍ତିକୁ ବିଭିନ୍ନ କ୍ଷେତ୍ରରେ ସର୍ବାଧିକ ବିନିଯୋଗ କରିପାରିଛନ୍ତି। ଏହି କ୍ରମରେ ଭାରତ ପାଇଁ ଏଭଳି କରିବା...

ଏଇ ଭାରତରେ

ପେସାରେ ସାମ୍ବାଦିକ ହେଲେ ମଧ୍ୟ ଚାଷରେ ଏକ ନମ୍ବର। ଏମିତି ଜଣେ ସାମ୍ବାଦିକ ହେଉଛନ୍ତି କେରଳର ୫୪ ବର୍ଷୀୟ ନାରାୟଣନ୍‌ କନାଲୟାମ। ତାଙ୍କ ଫାର୍ମରେ ୮୭...

ଉଦ୍‌ଘାଟନୀ ଉପକଥା

ଟିଏ ଘଟଣା ବିଷୟରେ ଚିନ୍ତା କରାଯାଉ। ପରିବେଶ ସୁରକ୍ଷା ଉପରେ ରାଜ୍ୟସ୍ତରୀୟ କର୍ମଶାଳା ହେଉଥିବ। ଆବଦ୍ଧ ସଭାଗୃହ ମଧ୍ୟରେ ଭରି ରହିଥିବେ ଦର୍ଶକ। ସାଜସଜ୍ଜା ବେଶ୍‌...

ଫ୍ରାନ୍ସିସ୍‌ଙ୍କ ଯୁଗ

୨୧ ଏପ୍ରିଲରେ ପୋପ୍‌ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ରୋମାନ କାଥୋଲିକ ଚର୍ଚ୍ଚର ୨୦୦୦ ବର୍ଷ ପୁରୁଣା ପୋପ୍‌ ଇତିହାସରେ ଏକ ବିରଳ...

ଆପେ ବଞ୍ଚିଲେ ବାପର ନାଁ

ଗୋଟେ କଥା ଅଛି ‘ଆପେ ବଞ୍ଚିଲେ ବାପର ନାଁ’। ଅନେକ ସମୟରେ ମଣିଷ ଯେତେବେଳେ ସ୍ବାର୍ଥସର୍ବସ୍ବ ହୁଅନ୍ତି, ସେତେବେଳେ ଏହି ଉକ୍ତିଟି ବ୍ୟବହାରକରି ନିଜ କାମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image